ବରଗଡ଼, ୩୧/୧ : ବରପାଲିରେ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦ୍ୱନ୍ଦ୍ୱ ଚାଲିଥିବା ସମୟରେ ପୋଲିସ ଅଭିଯାନ ଚଲାଇ ୧୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ସହ ଆଉ ୧୧ ଜଣ ଛାତ୍ର ଅନ୍ତର୍ଭୁକ୍ତ ଅଛନ୍ତି। ଗୁରୁବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ ଆଦାଲତକୁ ପ୍ରସ୍ତୁତ କରାଯାଇଛି। ଏ ନେଇ ବରପାଲି ଥାନାରେ ମାମଲା (ନଂ.୨୯/୨୫) ରୁଜୁ ହୋଇଛି। ୨୯ ତାରିଖରେ ବରପାଲି ମହାବିଦ୍ୟାଳୟରେ ଚାଲୁଥିବା ପରୀକ୍ଷା ଦୌରାନ, ସ୍କ୍ବାଡ୍ ଟିମ୍ ଯାଞ୍ଚ କରିବା ବେଳେ କିଛି ଛାତ୍ରଙ୍କ ନିକଟରେ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ମିଳିଥିଲା। ଏହା ଦେଖି ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ପରୀକ୍ଷା ହଲକୁ ପହଞ୍ଚି ତଦାରଖ କଲେ ଏଥିରେ ଆଉ ଅଧିକ ଛାତ୍ରଙ୍କ ନିକଟରେ ଏହି ପ୍ରଶ୍ନପତ୍ର ରହିଥିବା ଜଣାପଡିଥିଲା, ଯେଉଁଥିରୁ ପ୍ରଶ୍ନପତ୍ର ଲିକ୍ ଘଟଣା ସ୍ପଷ୍ଟ ହୋଇଥିଲା। ଅଧ୍ୟକ୍ଷା ବୁଧବାର ଏହି ଘଟଣା ନେଇ ବରପାଲି ଥାନାରେ ଏତଲା ଦେଇଥିଲେ।ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ଏବଂ ଅଭିଯୋଗ ଅନୁସାରେ ଦୁଷ୍କୃତମାନେ କେମିତି ପ୍ରଶ୍ନପତ୍ର ଲିକ୍ କରିଥିଲେ ତାହା ଖୋଜିବାରେ ଲାଗିଛି। ତଦନ୍ତ ଫଳରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିନବ ଘଟଣା ଉଚ୍ଚ ଶିକ୍ଷା ଖେତ୍ରରେ ଅନୈତିକତା ଓ ପ୍ରଶାସନିକ ଅସଫଳତାକୁ ଉଦ୍ଘାଟନ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡିଛି ଏବଂ ପରୀକ୍ଷା ପ୍ରଣାଳୀର ସୁରକ୍ଷା ନେଇ ନୂଆ ପ୍ରଶ୍ନ ଉତ୍ପନ୍ନ କରିଛି। ପୋଲିସ ଏହି ଅଭିଯୋଗକୁ ଗମ୍ଭୀରତାର ସହ କେଉଁ ଭଳି ନେଟୱର୍କ ଏହାରେ ଜଡିତ ଅଛି ତାହା ଖୋଜିବା ଉଦ୍ୟମ କରୁଛି। ଏହି ଘଟଣା ଏଖରେ ରୁକିବ କି ଆଉ ଅଧିକ ଦୁଷ୍କୃତ ଗିରଫ ହେବ? ସବୁଠି ଏହି ପ୍ରଶ୍ନ ଜରୁରୀ ଭାବେ ଉଠିଛି।