Hot Posts

6/recent/ticker-posts

ପାଣିକୋଇଲିର ଗୁଳିକାଣ୍ଡ: ଦୁଇ ମୃତ, ମୃତକ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା


ଭୁବନେଶ୍ବର, ୫/୧: ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଶନିବାର ଅପରାହ୍‌ଣରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଓ ଡକାୟତଙ୍କୁ ଥରେ ମାର ମାରି ସ୍ଥାନୀୟ ଲୋକେ ତଳେ ରଖିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ଉପରେ ଦୁଃଖ ପ୍ରକାଶ କରି  କରିଛନ୍ତି। ଏଥିସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। 

ଶନିବାର ଅପରାହ୍‌ଣରେ ପାଣିକୋଇଲି ବଜାରର ପଣ୍ତା ଅଳଙ୍କାର ଦୋକାନରେ ଡକାୟତି ଉଦ୍ୟମ କରିବା ସମୟରେ ଏହି ଘଟଣା ଘଟିଥିଲା। ଡକାୟତଙ୍କ ଗୁଳିରେ ମୃତକ ହେବାଲା ସୁନିଲ ରାୟ (୩୬) ଓ ନୀଳମାଧବ ପଣ୍ଡା (୩୦) ଥିଲେ। ତାଙ୍କ ସହ ଆହତ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। 

ଘଟଣାରେ ଥିବା ଦୁଇ ଲୁଟେରାକୁ ସ୍ଥାନୀୟ ଲୋକେ ଧରି ରଖିଥିଲେ। ଏକ ଲୁଟେରାକୁ ଦୋକାନ ଭିତରେ ବନ୍ଦ କରାଯାଇଥିଲା। ହଜାରରୁ ଅଧିକ ଲୋକ ଘଟଣାସ୍ଥଳରେ ଜମା ହୋଇ ନାରାବାଜି କରିବାରୁ ପରିସ୍ଥିତି ନିୟନ୍ତ୍ରଣ ରହିନଥିଲା।  

ଘଟଣାସ୍ଥଳକୁ ଯାଜପୁର ଏସ୍‌ପି ଏବଂ କେନ୍ଦ୍ରାଞ୍ଚଳ ଡିଆଇଜି ପହଞ୍ଚି ସମସ୍ତ କଣ୍ଟ୍ରୋଲ କରିବାକୁ ୫ ପ୍ଲାଟୁନ ଫୋର୍ସ ନିୟୋଜନ କରିଥିଲେ। ଅବଶେଷରେ ୩ ଘଣ୍ଟା ପରେ ଅବସ୍ଥା ସାମ୍ୟବସ୍ଥାରେ ଆଣାଯାଇଥିଲା। ତଦନ୍ତ ଜାରି ରହିଛି।