Hot Posts

6/recent/ticker-posts

ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ଶକ୍ତ ସନ୍ଦେଶ: ଶୀଘ୍ର ସରେଣ୍ଡର କରନ୍ତୁ, ନହେଲେ ଆସିବ କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ୱର, ୨୨।୧: ରାଜ୍ୟର ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କ ପ୍ରତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡା ସନ୍ଦେଶ ଦେଇଛନ୍ତି। ସେ ଅଯୋଗ୍ୟ ହିତାଧିକାରୀଙ୍କୁ ତାଗିଦ୍ କରି କହିଛନ୍ତି, "ଜେଉଁମାନେ ଅଯୋଗ୍ୟ ରାଶନ କାର୍ଡର ଲାଭ ଉଠାଉଛନ୍ତି, ସେମାନେ ଶୀଘ୍ର ସରେଣ୍ଡର କରନ୍ତୁ। ଏହି ପ୍ରକ୍ରିୟା ସଂପୂର୍ଣ୍ଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି, କିନ୍ତୁ ସରେଣ୍ଡର ନ କଲେ କଠୋର ପଦକ୍ଷେପ ନିଆଯିବ।"

ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେହି ସରକାରୀ କର୍ମଚାରୀ, କେହି ଡାକ୍ତର, କେହି ଶିକ୍ଷକ ଅଛନ୍ତି, ଯାହାକି ରାଜ୍ୟ ସରକାରର ନିୟମାନୁସାରେ ଏହି କାର୍ଡର ଅଯୋଗ୍ୟ। ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ e-KYC ପ୍ରକ୍ରିୟା ସରିବାର ପୂର୍ବରୁ ତାଙ୍କ କାର୍ଡ ସରେଣ୍ଡର କରନ୍ତୁ। ଏଥିପାଇଁ କୌଣସି ସ୍ଥିର ସମୟ ସୀମା ନିର୍ଦ୍ଧାରିତ ହୋଇନି।

ମନ୍ତ୍ରୀ ନିର୍ଦ୍ଦେଶନା ମଧ୍ୟରେ ସ୍ପଷ୍ଟ କରିଛନ୍ତି ଯେ, "ଯଦି ଅଯୋଗ୍ୟ ହିତାଧିକାରୀ ସମୟ ମଧ୍ୟରେ ସରେଣ୍ଡର କରି ଦିଅନ୍ତି, ସେମାନଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କିନ୍ତୁ ଯଦି ସେମାନେ ଏହାକୁ ଅଣଦେଖା କରନ୍ତି, ସରକାର ଏହାକୁ ଗମ୍ଭୀର ଭାବେ ନେବା ନିଶ୍ଚିତ।"

ରାଜ୍ୟର ଅନୁଚିତ ଲାଭ ନେବାରେ ଲିପ୍ତ ହିତାଧିକାରୀମାନଙ୍କ ପ୍ରତି ଏହି ଘୋଷଣା ଏକ ଜାଗୃତି ସୂଚନା। ସରକାର ତାଙ୍କର ସଂସାଧନ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରିବାକୁ ଏବଂ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନିବାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି।