Hot Posts

6/recent/ticker-posts

ଶିରୁଳି ମହାବୀର ମନ୍ଦିରରୁ ହୁଣ୍ଡି ଚୋରି: ଲକ୍ଷାଧିକ ଟଙ୍କା ଗାୟବ, ତଦନ୍ତ ଆରମ୍ଭ


ଚନ୍ଦନପୁର, ୨୧/୧: ଶିରୁଳି ମହାବୀର ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ହୁଣ୍ଡି ଚୋରି ଘଟଣା ସାମ୍ନାକୁ ଆସିଛି। ମନ୍ଦିର ସେବାୟତ ମାନଙ୍କ ଅଭିଯୋଗ ଅନୁଯାୟୀ, ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ଘଟଣା ସୂଚନା ପାଇ ପହଞ୍ଚିଥିବା ଚନ୍ଦନପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

ସୋମବାର ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଳତି ଓ ଦୈନନ୍ଦିନ ନୀତିକାନ୍ତି ସମ୍ପୂର୍ଣ୍ଣ ହେବା ପରେ ରାତ୍ର ୧୦ଟା ୩୦ରେ ପହୁଡ଼ ନୀତି ସଂପନ୍ନ ହୋଇଥିଲା। ପାଳିଆ ସେବାୟତମାନେ ମନ୍ଦିର ବନ୍ଦ କରି ଯାଇଥିବାବେଳେ ତା’ରେ କୌଣସି ସନ୍ଦେହ ନଥିଲା। କିନ୍ତୁ ମଙ୍ଗଳବାର ସକାଳେ ମନ୍ଦିର ଖୋଲିବା ସମୟରେ, ସେମାନେ ହୁଣ୍ଡୀକୁ ଭଙ୍ଗା ଅବସ୍ଥାରେ ଦେଖି ଅଚମ୍ବିତ ହୋଇଥିଲେ

ଘଟଣା ଘଟିଥିବା ସୂଚନା ମିଳିବା ପରେ ମନ୍ଦିର କମିଟି ଚନ୍ଦନପୁର ଥାନାକୁ ତଥ୍ୟ ଜଣାଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ସୂଚନା ମିଳିଛ

ସେବାୟତମାନଙ୍କ ଅନୁସାରେ ହୁଣ୍ଡୀରେ ଥିବା ଟଙ୍କା ରାଶି ଲକ୍ଷାଧିକ ଥିବା ସମ୍ଭାବନା ରହିଛି। ମନ୍ଦିରର ସୁରକ୍ଷା ବିଷୟରେ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି। ଚୋରି ଘଟଣା ନେଇ ଗାଁ ବାସୀଙ୍କ ମଧ୍ୟରେ ମାନସିକ ଆଘାତ ଓ ଆକ୍ରୋଶ ବଢ଼ି ଚାଲିଛି।

ଘଟଣାର ଶୀଘ୍ର ସମାଧାନ ଓ ଚୋର ଧରିବା ପାଇଁ ପୋଲିସ ଓ ପ୍ରଶାସନର ତଦାରଖ ଆବଶ୍ୟକ। ସୁରକ୍ଷା ବ୍ୟବସ୍ଥାର ପୁନଃ ମୂଲ୍ୟାଙ୍କନ ଦ୍ୱାରା ଏପରି ଅଘଟଣା ପୁନରାବୃତ୍ତି ରୋକିବା ଆବଶ୍ୟକ।