ଭୁବନେଶ୍ୱର, ୨୨/୧ : ଓଡ଼ିଶା ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ରବିବାର, ଚାଳିତମାସର ୨୮ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସେ ଉପସ୍ଥିତ ହେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ସମୟ ସହ ପ୍ରସ୍ତୁତି ଉପରେ ଜୋର ଦିଆଯାଇଛି।
ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଦିନ ୧୦ଟା ୫୫ରେ ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ମୋଦି ପହଞ୍ଚିବେ। ଅନୁମାନିତ ସମୟ ଅନୁଯାୟୀ, ସେ ୧୧ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହା ପରେ, ସେ ବିମାନବନ୍ଦର ଅଭିମୁଖେ ୧୨ଟା ୩୫ରେ ବାହାରିବେ। ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ନେଇ ଦୁରୁଦୂରାନ୍ତରୁ ଅତିଥିମାନେ ମଧ୍ୟ ଭୁବନେଶ୍ୱରକୁ ଆସୁଛନ୍ତି। ସ୍ୱାଗତ ଓ ସୁନ୍ଦର ବ୍ୟବସ୍ଥା ଦିଗରେ ସରକାର ଓ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଭାଗିଦାରି ସହିତ ଓଡ଼ିଶାର ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୌକା ଭାବେ ଦେଖାଯାଉଛି।