Hot Posts

6/recent/ticker-posts

ଲାଞ୍ଜିଗଡ଼ରୁ ଚୋରି ହୋଇଥିବା ଲୁହା ଅପରାଧର ରହସ୍ୟ ଉଦ୍‌ଭାସିତ: ୬ ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ଼, ୨୭/୧ :  କଳାହାଣ୍ଡି ଜିଲ୍ଲାର ବେଦାନ୍ତ ଲିମିଟେଡ୍ କମ୍ପାନୀରୁ ଲୁହା ଚୋରି ଘଟଣାର ରହସ୍ୟ ଚୁକାଉଛି। ଲାଞ୍ଜିଗଡ଼ ପୋଲିସ ଏହି ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି।  

ଗତ ୧୫ ତାରିଖରେ ବେଦାନ୍ତ କମ୍ପାନୀର ସୁରକ୍ଷାକର୍ମୀ ଥାନାରେ ଚୋରି ଘଟଣାର ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲାଞ୍ଜିଗଡ଼ ପୋଲିସ ମାମଲା (କେସ ନଂ ୨/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ରାତିରେ ପୋଲିସର ଏକ ବିଶେଷ ଟିମ୍ ଚାଲୁଥିବା ପାଟ୍ରୋଲିଂରେ ସନ୍ଦିଗ୍ଘ ବ୍ୟକ୍ତିମାନଙ୍କ ଗତିବିଧି ଚିହ୍ନଟ କରିଥିଲା।  

ଲାଞ୍ଜିଗଡ଼ ଥାନାର ଓସି ଜିତେନ୍ଦ୍ର ବିଶାଳ ଙ୍କ ନେତୃତ୍ୱରେ ପୋଲିସ ଟିମ୍ ସ୍ଥଳରେ ଚଢାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଲୋକମାନେ ହେଲେ ରାୟଗଡ଼ା ଜିଲ୍ଲାର ଛଡ଼ରଙ୍ଗ ଗାଁର ଶିବରାମ ଦୁର୍ଗା, ସନ୍ତୋଷ ବାଗ, ରବି ବାଗ, ମଦନ ବାଗ, ଦେବରାଜ ବାଗ ଏବଂ କାନ୍ତାରୁ ଟାକରି।  ପୋଲିସ ଗିରଫ କାଲିନ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୫୭,୭୯୦ ଟଙ୍କା, ଗ୍ୟାସ ସିଲିଣ୍ଡର, ଗ୍ୟାସ କଟର, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ପ୍ରାରମ୍ଭରୁ ତଦନ୍ତ କରି ଥିବା ମାମଲାକୁ ବିଏନ୍‌ଏସ୍‌ ଧାରା ୩୦୯(୪)/୧୦୯(୧)/୬୧(୨) ରୁ ୩୧୦(୨)/୧୦୯(୧)/୬୧(୨)କୁ ବଦଳ କରାଯାଇଥିଲା। ଲାଞ୍ଜିଗଡ଼ ଥାନା ଅଧିକାରୀ ଜିତେନ୍ଦ୍ର ବିଶାଳ ଗୋଟିଏ ସଂଗ୍ରାମୀ ଉଦ୍ୟମର ମାଧ୍ୟମରେ ଏହି ଅପରାଧ ରହସ୍ୟ  ର ପର୍ଦାଫାଶ କରିଛନ୍ତି।