Hot Posts

6/recent/ticker-posts

ଓଡ଼ିଶା କଂଗ୍ରେସରେ ଯୁବ ଶକ୍ତିର ତେଜସ୍ବୀ ନେତୃତ୍ୱ ଚର୍ଚ୍ଚାରେ: ୨୦୨୯ ନିର୍ବାଚନ ପାଇଁ ନୂଆ କାର୍ଯ୍ୟପ୍ରଣାଳୀ


ଭୁବନେଶ୍ୱର, ୧୬/୧ : ଓଡ଼ିଶାର କଂଗ୍ରେସ ଶିବିର ଏବେ ଏକ ନୂତନ ମୋଡ଼ରେ ପ୍ରବେଶ କରିଛି। ଭବିଷ୍ୟତର ୨୦୨୯ ନିର୍ବାଚନ ପାଇଁ ଦଳର ନୂଆ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତି ଜୋରରେ ଚାଲିଛି। ଆଉ ଆଗାମୀ ଦିନରେ ରାଜ୍ୟର ରାଜନୀତିରେ ଯୁବ ଶକ୍ତି ଏକ ନୂଆ ପୃଷ୍ଠା ଲେଖିବାର ପ୍ରୟାସ ଦେଖାଯାଉଛି।  ପ୍ରତିଷ୍ଠିତ ବରିଷ୍ଠ ନେତାଙ୍କ ବୟସକୁ ମଧ୍ୟ ଗୁରୁତ୍ୱ ଦିଆଯାଇ, ୬୦ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ରାଜ୍ୟର ମୁଖ୍ୟ ଦାୟିତ୍ୱ ଦେବାକୁ ଏବେ ବିଚାର କରାଯାଉନାହିଁ। ଯିଏ ସାରା ରାଜ୍ୟରେ ଦୌଡ଼ି ଗୋଟିଏ ନୂଆ ନେତୃତ୍ୱ ଦେଇପାରିବେ, ସେମାନଙ୍କୁ ନେତା କରିବାକୁ ଦଳ ପ୍ରସ୍ତୁତ। ଏହା ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି

ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଏହି ଚର୍ଚ୍ଚାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ସେହିପରି, ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଆସିଛି। ଏହା ବ୍ୟତୀତ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଙ୍କ ନାମ ମଧ୍ୟ ଦିଲ୍ଲୀରୁ ଡାକରା ପରେ ବେଶ ପ୍ରଭାବ ପଡ଼ିଛି।  

ରାଜ୍ୟର ସାମ୍ପ୍ରତିକ ଚାଷୀ ଆତ୍ମହତ୍ୟା, ଦରଦାମ ବୃଦ୍ଧି, ଏବଂ ଆଇନଶୃଙ୍ଖଳା ସମସ୍ୟା ଉପରେ ଜୋର ଦେଇ, ପ୍ରତିଟି ପ୍ରସଙ୍ଗରେ କଂଗ୍ରେସ ତାର ସ୍ୱରକୁ ଶାଣିତ କରିବାକୁ ପ୍ରସ୍ତୁତ। ଏହା ଉପରେ ଦଳ ଏବେଠୁ ଆଗାମୀ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ଆରମ୍ଭ କରିଛି।  

୨୦ ତାରିଖରେ ଯୁବକଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ୍ ଭୁବନେଶ୍ୱର ପହଞ୍ଚିବା ସହ ଲୋୟର୍ ପିଏମଜିରେ ଏକ ବିଶାଳ ଯୁବ ସମାବେଶ ଆୟୋଜନ କରାଯିବ। ଏହି ସମାବେଶକୁ ସଫଳ କରିବା ପାଇଁ ଯୁବନେତା ରଣଜିତ ପାତ୍ର ଓ ଅନ୍ୟାନ୍ୟ ନେତାମାନେ ଦାୟିତ୍ୱ ନେଇଛନ୍ତି।  

ଏହାରେ ୟାସିର ନୱାଜ, କୃଷ୍ଣ ଚନ୍ଦ୍ର ମହାନ୍ତି, ଓ ଅନ୍ୟାନ୍ୟ ଯୁବ ନେତାଙ୍କ ଭୂମିକାରେ ଦଳର ନୂଆ ଆଶା ଦେଖାଯାଉଛି। ମହମ୍ମଦ ଗୁଲଫାମ, ସ୍ୱାଗତ କର ଓ ଅଭିଜିତ ଜେନା ପ୍ରମୁଖ ଯୁବ ନେତାମାନେ ମଧ୍ୟ ଏହି ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେବାରେ ପ୍ରସ୍ତୁତ ଅଛନ୍ତି।  

ପିସିସି ସଭାପତି ଚୟନ ଏବଂ ନୂଆ ଯୁବ ନେତୃତ୍ୱର ଦିଗଦର୍ଶନ ଦେଇ ଓଡ଼ିଶା କଂଗ୍ରେସ ଆଶା କରୁଛି, ଏକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଯୁଜାର ଆରମ୍ଭ ହେବ।