Hot Posts

ଇଲେକ୍ଟ୍ରିକ ସ୍କୁଟରର ରେ ସର୍ଟ ସର୍କିଟ୍,ରାଉରକେଲାର ବାସନ୍ତୀ କଲୋନୀରେ ଭୟାବହ ଅଗ୍ନିକାଣ୍ଡ


ରାଉରକେଲା, ୩/୧: ବାସନ୍ତୀ କଲୋନୀରେ କ୍ୱାର୍ଟର ନମ୍ବର L1/31 ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଘଟଣାର କାରଣ ଇଲେକ୍ଟ୍ରିକ୍ ସ୍କୁଟରର ସର୍ଟ ସର୍କିଟ୍ ହୋଇଥିବା ବୋଲି ଜଣାପଡ଼ିଛି।  ଘରର ପରିବାର ସଦସ୍ୟମାନେ ଇଲେକ୍ଟ୍ରିକ୍ ସ୍କୁଟରକୁ ଚାର୍ଜ କରି ଘରକୁ ତାଲା ଲଗାଇ ବାହାରକୁ ଯାଇଥିଲେ। ସ୍କୁଟରର ସର୍ଟ ସର୍କିଟ୍ ହେବା ଫଳରେ ଘରକୁ ନିଆଁ ଲାଗିଯାଇଥିଲା। ଘଟଣାରେ ସ୍କୁଟର ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି। ଅଗ୍ନିଶମ ବିଭାଗ ଖବର ପାଇ ସ୍ଥଳକୁ ଦ୍ରୁତଗତିରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଭିନବ ପ୍ରୟାସରେ ଆସପାସ ଘରକୁ ନିଆଁ ପ୍ରସାର ହେବା ରୋକାଯାଇଛି। ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ, କିନ୍ତୁ ସ୍କୁଟର ଏବଂ ମାଲମତାର ଗୁରୁତର କ୍ଷତି ହୋଇଛି।  

ଅଗ୍ନିଶମ ବିଭାଗ ସତର୍କ କରିଛି ଯେ ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ଘରେ ଚାର୍ଜ କରିବା ସମୟରେ ସଠିକ ସାବଧାନି ନେବା ଆବଶ୍ୟକ। ଏହି ଘଟଣା ସବୁଠୁ ବଡ଼ ପାଠ ହେବା ଦରକାର।