Hot Posts

6/recent/ticker-posts

ଦୁର୍ଭାଗ୍ୟ ଜନକ ଅଘଟଣ : ପୋଖରୀରେ ବୁଡ଼ି ଗଲେ ଯୁବକ


ନିରାକାରପୁର, ୨୫/୧ :  ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅଧୀନ ବ୍ରହ୍ମପଡ଼ାପାଟଣା ଗ୍ରାମର ଜଣେ ଯୁବକ ଗୁରୁବାର ପୋଖରୀରେ ବୁଡ଼ିଯିବାରୁ ଜୀବନ ହାରିଛନ୍ତି। ମୃତକଙ୍କ ନାମ ହେଲେ ରମାକାନ୍ତ ପଲେଇ (୨୮), ଯିଏ ସବୁଦିନ ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଉଥିଲେ।

ସୂଚନା ଅନୁସାରେ, ଗୁରୁବାର ସକାଳେ ରମାକାନ୍ତ ସାଧାରଣ ଦିନର ଭଳି ପୋଖରୀକୁ ଯାଇଥିଲେ। କିନ୍ତୁ କୌଣସି ଅଜଣା କାରଣରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଅସ୍ତଚେତନ ଅବସ୍ଥାରେ ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ, ମୃତକଙ୍କ ବାପା ରମେଶ ଚନ୍ଦ୍ର ପଲେଇଙ୍କ ଅଭିଯୋଗକୁ ଆଧାର କରି ନିରାକାରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ଶରତ ବେହେରା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଉଦ୍‌ଘାଟନ କରିବାକୁ ଚେଷ୍ଟାରତ।