Hot Posts

6/recent/ticker-posts

ନବବଧୂ ମୃତ୍ୟୁ ମାମଲାରେ ତିନି ଗିରଫ: ଶ୍ୱଶୁର ଶାଶୁ ଓ ସ୍ବାମୀ, ଜାମିନ ଖାରଜ


ଦିଗପହଣ୍ଡି, ୧୪/୧ : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ଅଞ୍ଚଳରେ ଜଣେ ନବବଧୂ ନିଶା ପ୍ରଧାନଙ୍କ ମୃତ୍ୟୁ ସଂପର୍କରେ ସନ୍ଦେହ ଘନାହଟି ଦେଖା ଦେଇଛି। ଗତ ଡିସେମ୍ବର ୨୪ ତାରିଖ ରାତିରେ ଘଟିଥିବା ଏହି ଦୁଃଖଦ ଘଟଣା ଉପରେ ପୋଲିସ ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଥିଲା।  ବିକ୍ରମ ବରାଡ଼ଙ୍କ ସ୍ତ୍ରୀ ନିଶା ପ୍ରଧାନଙ୍କ ମୃତ୍ୟୁ ପରେ ନିଶାଙ୍କ ମା’ କୁମାରୀ ପ୍ରଧାନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ତା’ ପରେ, ପାଟପୁର ଥାନାର ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଥିଲେ।  

ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ନିଶାଙ୍କ ଶ୍ୱଶୁର ଭଗବାନ ବରାଡ଼ ଓ ଶ୍ୱଶୁରୀ ଭାସିନି ବରାଡ଼ଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ଉପସ୍ଥାପନ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ ଜେଲକୁ ପଠାଯାଇଛି। ଏହାପୂର୍ବରୁ, ନିଶାଙ୍କ ସ୍ବାମୀ ବିକ୍ରମ ବରାଡ଼ଙ୍କୁ ମଧ୍ୟ ଗିରଫ କରିଥିଲେ।  

ପୋଲିସ ଘଟଣାକୁ ଗମ୍ଭୀରତାର ସହିତ ତଦନ୍ତ କରୁଛି ଏବଂ ସଂପୂର୍ଣ୍ଣ ପ୍ରମାଣ ସଂଗ୍ରହ ପରେ ମାମଲାକୁ ଆଗକୁ ଗତି କରାଯାଇବ।