ଦାରିଙ୍ଗବାଡି, ୨୪/୧ : ଆଳୁ ସଙ୍କଟକୁ ମୁକାବିଲା କରିବା ଉଦ୍ୟେଶ୍ୟରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଦାରିଙ୍ଗବାଡି ବ୍ଲକରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଚାଷୀମାନଙ୍କୁ ଉନ୍ନତ ବିହନ ଯୋଗାଇବା, ପ୍ରଶିକ୍ଷଣ ଏବଂ ଜୈବିକ ଚାଷ ପ୍ରଣାଳୀ ସମ୍ବନ୍ଧରେ ସାହାଯ୍ୟ କରାଯାଉଛି। ଏହି ପଦକ୍ଷେପ ରେ ଆଳୁ ସହ ଅନ୍ୟାନ୍ୟ ଫସଲ ଚାଷ ମଧ୍ୟ ଆଗକୁ ବଢ଼ାଯାଉଛି।ଦାରିଙ୍ଗବାଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହାର ପ୍ରଭାବ ସ୍ପଷ୍ଟ ଦେଖାଦେଇଛି। ଏପିସି (ଏଗ୍ରିକଲଚର ପ୍ରଡ୍ୟୁସର କ୍ଲଷ୍ଟର) ମାଧ୍ୟମରେ ୧ଶହରୁ ଦେଢ ଶହ ମହିଳା ଚାଷୀ ସମୂହ ଭାବେ ଆଳୁ, ଗ୍ରୀନ ମଟର, ଗେଣ୍ଡୁ ଫୁଲ ଏବଂ ପିଆଜ ଚାଷରେ ଅନୁଶୀଳନ କରୁଛନ୍ତି। ଏହାରେ ଚାଷୀମାନଙ୍କୁ ଉନ୍ନତ ବିହନ ଏବଂ ଅଧୁନିକ ଚାଷ ପ୍ରଣାଳୀର ସମ୍ପୂର୍ଣ୍ଣ ସାହାଯ୍ୟ ମିଳୁଛି।ଯଦିଓ ଆଳୁ ଚାଷରେ ସଫଳତା ଦେଖାଯାଉଛି, କିଛି ଅଞ୍ଚଳରେ ପାଣି ଅଭାବ ଏହାରେ ବାଧା ସୃଷ୍ଟି କରୁଛି। ଏହା ଗେଣ୍ଡୁ ଫୁଲ ଏବଂ ଗ୍ରୀନ ମଟର ଚାଷକୁ ମଧ୍ୟ ଆଘାତ କରୁଛି।
ଦାରିଙ୍ଗବାଡି ବ୍ଲକରେ ଏହା ପ୍ରଥମ ବାର୍ଷିକ ଆଳୁ ଚାଷ ଆୟୋଜନ। ଏଥିରେ ୮୪ ହେକ୍ଟର ଜମିରେ ୭୫ ଚାଷୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ସରକାର ପକ୍ଷରୁ ୧,୯୫୦ କୁଇଣ୍ଟାଲ ଆଳୁ ବିହନ ଯୋଗାଇ ଦିଆଯାଇଛି।ସହକାରୀ ଉଦ୍ୟାନ ଅଧିକାରୀ ନୀଳାଞ୍ଚଳ ପଣ୍ଡା କହିଛନ୍ତି, "ଆଳୁ ଚାଷରେ ଚାଷୀମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହା ଉନ୍ନତ ରାଜ୍ୟ କୃଷି ଯୋଜନାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।"ଏହି ପ୍ରୟାସ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ଏବଂ ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ପ୍ରାଭାବଶାଳୀ ପରିବର୍ତ୍ତନ ଆଣିବାକୁ ସାହାଯ୍ୟ କରିବ।