Hot Posts

6/recent/ticker-posts

ମାଓବାଦୀ ଆତଙ୍କ: ବିଜାପୁରରେ ଆଇଇଡି ବିସ୍ଫୋରଣ, ୯ ଯବାନ ଶହୀଦ


ରାୟପୁର/ମାଲକାନଗିର, ୬/୧:କିଛିଦିନର ନୀରବତା ପରେ ମାଓବାଦୀମାନଙ୍କ ଆତଙ୍କ ପୁଣି ଦେଖାଦେଇଛି। ସୋମବାର ଛତିଶଗଡ଼ ବସ୍ତର ଡିଭିଜନର ବିଜାପୁର ଜିଲାରେ କୁଟ୍ରୁ-ବେଡ୍ରେ ରାସ୍ତା ମଧ୍ୟରେ ଥିବା ଏକ କଲଭର୍ଟ ନିକଟରେ ମାଓବାଦୀମାନେ ଏକ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ କରି ଜବାନଙ୍କ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ଏହି ଘଟଣାରେ ୯ ଜଣ ମୃତ୍ୟୁବରଣ କରିଛନ୍ତି, ଯାହାରେ ୮ ଜଣ ଡିଆର୍‌ଜି ଯବାନ ଏବଂ ଜଣେ ଡ୍ରାଇଭର ଶାମିଲ ଅଛନ୍ତି! 

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ିଟି ୫୦ ଫୁଟ ଉପରକୁ ଉଡି ଯାଇଥିଲା। ଘଟଣାସ୍ଥଳରେ ୫ ଜଣ ଯବାନଙ୍କ ଜୀବନ ହାରିଥିଲା, ଯେବେକି ଅନ୍ୟ ୪ ଜଣ ଚିକିତ୍ସା ଅବସ୍ଥାରେ ଜୀବନ ହାରିଥିଲେ।  

ବସ୍ତର ଆଇଜି ସୁନ୍ଦରରାଜ ପି. ଜଣାଇଛନ୍ତି ଯେ, ମାଓବାଦୀମାନଙ୍କ ଗତିବିଧି ନିମନ୍ତେ ଡିଆର୍‌ଜିର ଏକ ଟିମ୍‌ କୋମ୍ବିଂ ଅପରେଶନରେ ଥିଲେ। ସେତିକିବେଳେ ଏହି ମାଓବାଦୀମାନେ ପୂର୍ବପରିକଳ୍ପିତ ଭାବେ ଆଇଇଡି ବିସ୍ଫୋରଣ କରିଥିଲେ। 

ଗତ ମାସରେ ମାଓବାଦୀ ଓ ପୋଲିସରେ ତୀବ୍ର ଝଡ଼ପ ଚାଲିଥିବା ସମୟରେ, ଏକାଧିକ ମାଓବାଦୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ପ୍ରତିସାଧ ରୂପେ ମାଓବାଦୀମାନେ ଏହି ଆକ୍ରମଣ କରିଥିବା ଜଣାଯାଇଛି।  

ଘଟଣା ପରେ  ସିଆର୍‌ପିଏଫ୍‌, କୋବ୍ରା ଏବଂ ଡିଆର୍‌ଜିର ଟିମ୍‌ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରିଛନ୍ତି। ମାଓବାଦୀମାନଙ୍କୁ ଖୋଜି ନିରାପତ୍ତା ବୃଦ୍ଧି କରାଯାଇଛି।

ଏହି ଘଟଣା ଛତିଶଗଡ଼ରେ ଆତଙ୍କ ବାଢ଼ିଥିବାକୁ ସୂଚନା ଦେଇଥିବା ବେଳେ, ଏନେଇ ପୋଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ସଙ୍କଟ ଘନୀଭୂତ ହେବାର ସମ୍ଭାବନା ବୃଦ୍ଧି ପାଇଛି।