ମାଲକାନଗିରି, ୧୬/୧ : ମାଲକାନଗିରି ସୀମା ଉପକୂଳ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷା ବାହିନୀ କମ୍ବିଂ ଅପରେସନ ବେଳେ ଏକ ବୃହତ୍ ମାଓବାଦୀ ଡମ୍ପ ଜବତ କରି ବଡ଼ ସଫଳତା ଅର୍ଜନ କରିଛି। ଜଙ୍ଗଲ ଭିତରୁ ଠାବ କରାଯାଇଥିବା ଏହି ଡମ୍ପରୁ ୧୪ଟି ଭାର୍ମର ବନ୍ଧୁକ, ୧୪ଟି ଟିଫିନ୍ ବୋମା ଓ ଦୁର୍ଲଭ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, କୋଣ୍ଡାଗାଓଁର ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଓ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ କମ୍ବିଂ ଅପରେସନ ଚାଲିଥିଲା। ସୁରକ୍ଷା କର୍ମୀମାନଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀମାନେ ଲୁଚାଇ ରଖିଥିବା ଏହି ଡମ୍ପ ଅବସ୍ଥିତି ତ୍ରିକୋଣୀୟ ସୂଚନାର ଆଧାରରେ ଚିହ୍ନଟ ହୋଇଥିଲା। ଡମ୍ପ ଉଦ୍ଧାର ପରେ ସୁରକ୍ଷା ବାହିନୀ ଚାଲୁ ଅପରେସନକୁ ତିବ୍ରତାର ସହିତ ଆଗେଇ ନେଉଛି।
ଏହା ମାଓବାଦୀ ଉପଦ୍ରବର ଏକ ମୁଖ୍ୟ ଘାତକ ବୋଲି ସରକାରୀ ପକ୍ଷରୁ କୁହାଯାଇଛି। ଡିଆର୍ଜି ଓ ବସ୍ତର ଫାଇଟର ବାହିନୀଙ୍କ ସଂଯୁକ୍ତ ଚେଷ୍ଟାରେ ମାଓବାଦୀମାନଙ୍କ ମୂଳ ପୋଛ ତଳାପାଇ ଆଗାମୀ ଦିନରେ ଅପରେସନକୁ ଆଉ ଜୋରଦାର କରାଯିବ।