ପାପଡାହାଣ୍ଡି, ୧୫ /୧ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଓ ପାଇପ ବୋଝେଇ ଟ୍ରକ ମଧ୍ୟରେ ମୋଟର ଦୁର୍ଘଟନା ଘଟି, ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସମ୍ବଲପୁରରୁ ଦାମନଯୋଡି ଯାଉଥିବା "ଡେଜି" ଘରୋଇ ବସ୍ (ନମ୍ବର OD 15 J 7595) ବିପରୀତ ଦିଗରୁ କର୍ନାଟକରୁ ରାୟଗଡା ଯାଉଥିବା ପାଇପ ବୋଝେଇ ଟ୍ରକ (ନମ୍ବର AP 16 TY 6954) ସହ ଧକ୍କା ହୋଇଥିଲା। ଧକ୍କାର ପରିଣାମରେ ବସ୍ଟି ରାସ୍ତାକୁ ମାଡ଼ି, ଖାଲରେ ଓଲଟି ପଡି ଯାଇଥିଲା।
ଘଟଣାରେ ଗୀତା ଭତରା, ବାସନ୍ତି ସେନାପତି, ଅନନ୍ତ ସେନାପତି, ଓ ଦିପେନ୍ଦ୍ର ବେହେରା ଆହତ ହୋଇଥିଲେ। ବସ୍ରେ ମୋଟ ୨୬ ଯାତ୍ରୀ ଥିବା ସୂଚନା ମିଳିଛି। ଦୁର୍ଘଟନା ସମୟରେ ବସ୍ ଡ୍ରାଇଭର ଯାତ୍ରୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ଜମିର ଭିତରେ ଖାଲରେ ବସ୍କୁ ଘୁଡ଼େଇଥିଲେ। ଟ୍ରକରେ ବନ୍ଧା ଥିବା ବେଲ୍ଟ ଛିଡ଼ିଯାଇଥିବାରୁ ପାଇପଗୁଡିକ ଖସି ପଡିଥିଲା। ଏହାର ପରିଣାମରେ ରାଜପଥ ଉପରେ ପାଇପର ଖରାପ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ମାମଲା ତଦନ୍ତ ଆରମ୍ଭ କରିଛି। ଜାତୀୟ ରାଜପଥରେ ଗତାଗତ ସୁଚାରୁ ରଖିବା ପାଇଁ ପଦକ୍ଷେପ ନିଆଯାଇଛି।