ଥୁଆମୂଳ ରାମପୁର, ୨।୧:କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ପ୍ରମାଣପତ୍ର (ଭାଇଟାଲ ଷ୍ଟାଟିଷ୍ଟିକ) କ୍ଲର୍କ ଲକ୍ଷ୍ମୀ ନାରାୟଣ ମହାରଣାକୁ ଭିଜିଲାନ୍ସ ଦଳ ଗୁରୁବାର ସନ୍ଧ୍ୟାରେ ଲାଞ୍ଚ ଗ୍ରହଣ ସମୟରେ ଧରିଛି। ନିଜ କାର୍ଯ୍ୟକ୍ଷେତ୍ରରେ ଗରିବ ଲୋକଙ୍କ ଠାରୁ ଲାଞ୍ଚ ନେବା ଆଭିଯୋଗ ଆଲୋଚନାରେ ଆଣିଛି। ଏକ ଅଭିଭାବକ ତ୍ରିକଣ୍ଠୀ ବବ୍ଲୁ, ଅର୍ଜୁନ, ଓ ଘାସିରାମ ନାଏକ ଜନ୍ମ ପ୍ରମାଣପତ୍ର ନେବା ପାଇଁ ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗରେ ଭିଜିଲାନ୍ସ ସମ୍ପର୍କ ସାଧନ କରିଥିଲେ। ଏକ ସଂଯୁକ୍ତ ଅଭିଯାନରେ ମହାରଣାଙ୍କୁ ରଙ୍ଗ ବୋଲା ଟଙ୍କା ସହ ଧରାଯାଇଥିଲା। ତାଙ୍କ 'ଫୋନ ପେ' ଏପ୍ ପ୍ରମାଣରେ ଅନେକ ଗରିବ ଲୋକଙ୍କୁ ଧୋକା ଦେଇ ବେଆଇନ୍ ଭାବରେ ଟଙ୍କା ଗ୍ରହଣ କରାଯାଇଥିବା ଜଣାଯାଇଛି ।
ପୂର୍ବରୁ ମଧ୍ୟ ଏକ ସମାନ ଘଟଣାରେ ଜଣେ ଅଧିକାରୀ ୫ ରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଧରା ପଡ଼ିଥିଲେ। ଆଇନି ପଦକ୍ଷେପ ନେଇ ସେ ଦଣ୍ଡିତ ହୋଇଥିଲେ, ଯାହାର ପରେ ଏହି ଦାୟିତ୍ୱ ମହାରଣାଙ୍କୁ ଦିଆଯାଇଥିଲା। ଥୁଆମୂଳର ଦୂରସ୍ଥ ଗରିବ ଅଞ୍ଚଳର ଲୋକମାନଙ୍କୁ ଏଭଳି ଚରମ ହିରାଣୀ ସମ୍ମୁଖୀନ ହେବାକୁ ପଡ଼ିଛି।
ଅଭିଯାନ ନେତୃତ୍ୱ କରିଥିଲେ ଭିଜିଲାନ୍ସ ଡ଼ିଏସପି ପ୍ରଦୀପ କୁମାର ଅୟଂଦ। ଟିମରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏ ଏସ ଆଇ ସଞ୍ଜୟ ସାହୁ ଓ ସନ୍ତୋଷ ମହାନ୍ତି ସମିଳିତ ଥିଲେ। ମହାରଣାଙ୍କ ବିରୋଧରେ କଠୋର ଆଇନ ଅନୁସାରେ ପଦକ୍ଷେପ ନେବା ଜଣାଯାଇଛି।