Hot Posts

6/recent/ticker-posts

ବରଗଡ଼ ଧନୁଯାତ୍ରା ମଧ୍ୟରେ ଘଟିଲା ଅଭାବନୀୟ ଅଘଟଣ: ଜଙ୍ଗଲରୁ ଉଦ୍ଧାର ହେଲେ ଗୁରୁତର ଯୁବତୀ


ବରଗଡ଼, ୧୪ /୧ : ଭାରତର ଆତ୍ମାର ସଂସ୍କୃତିକ ଗର୍ବ ବରଗଡ଼ ଧନୁଯାତ୍ରା ମହୋତ୍ସବର ଉତ୍ସବ ଆନନ୍ଦର ମଝିରେ ଏକ ଭୟାବହ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଙ୍ଗଳବାର ଦିନ ଧନୁଯାତ୍ରା ଦେଖିବାକୁ ଯାଇଥିବା ଜଣେ ଯୁବତୀ ଅଚାନକ ନିଖୋଜ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ। ଯୁବତୀକୁ ନିଖୋଜ ହେବାର ୪୮ ଘଣ୍ଟା ପରେ ବରଗଡ଼ ବ୍ଲକର କୁର୍ଲା ଜଙ୍ଗଲ ମଧ୍ୟରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଏହାକୁ ଦେଖି ଅନୁମାନ କରାଯାଉଛି ଯେ, ମାନବତାର ସୀମା ଭାଙ୍ଗି  ତାଙ୍କ ପ୍ରତି ମାରଣାନ୍ତକ ଅତ୍ୟାଚାର ହୋଇଛି। ତତ୍କାଳ ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲାର ଭୀମସାର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହା ସହିତ, ପ୍ରଶାସନ ଓ ପୁଲିସ ଘଟଣାର ମୂଳ କାରଣ ଉଦ୍‌ଘାଟନ କରିବାରେ ଲାଗିଛନ୍ତି।