Hot Posts

6/recent/ticker-posts

ସାପ କାମୁଡିବା ଘଟଣାରେ ପିପିଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବନ

ପିପିଲି, ୨୯/୧ :  ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ପୋପୋରଙ୍ଗା ସରକାରୀ ବିଦ୍ୟାଳୟରେ ଏକ ଅବହେଳାଜନକ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ଛାତ୍ର ଏକ ବିଷାକ୍ତ ନାଗ ସାପ କାମୁଡିବା ପରେ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଘଟଣାର ପରିପ୍ରେକ୍ଷିତରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ ତତ୍କାଳ ନିଲମ୍ବିତ ଏବଂ କ୍ଲାସ୍ ଟିଚର ଗୀତାଞ୍ଜଳି ରାଉତଙ୍କୁ ବଦଳି କରାଯାଇଛି।

ଗତ ସୋମବାର ଦିନ, ୪ର୍ଥ ଶ୍ରେଣୀର ଏକ ଛାତ୍ର ବିଦ୍ୟାଳୟରେ ପାଠ ନ ଆସିବାର ଦଣ୍ଡ ଭାବରେ ଶିକ୍ଷୟତ୍ରୀ ତାଙ୍କୁ ଚାଉଳ ଘର ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ସମୟରେ ଏକ ବିଷାକ୍ତ ନାଗ ସାପ ତାଙ୍କୁ କାମୁଡିଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ, ଛାତ୍ରଙ୍କ ପରିବାର ଲୋକ ବିଦ୍ୟାଳୟ ପ୍ରଶାସନର ଅବହେଳା ଉପରେ ଭାରି ଅଭିଯୋଗ କରିଥିଲେ।ଏହି ଘଟଣା ଉପରେ ଜିଲ୍ଲା ଶିକ୍ଷାଧିକାରୀ ତ୍ୱରିତ ପଦକ୍ଷେପ ନେଇ ଘଟଣାର ତଦନ୍ତ ଆଦେଶ ଦେଇଥିଲେ। ତଦନ୍ତ ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ନିଲମ୍ବନ ଏବଂ ଶିକ୍ଷକଙ୍କ ବଦଳିର ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଘଟଣା ଅଞ୍ଚଳରେ ଭୟ ଏବଂ ଅସନ୍ତୋଷ ଚାପି ରହିଛି। ସ୍ଥାନୀୟ ଲୋକ ଏବଂ ଅଭିଭାବକମାନେ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇ ଅନ୍ୟ ଦାୟିତ୍ଵଶୀଳ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।