ଦାରିଙ୍ଗବାଡି, ୭/୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଜଣେ ଫାଇନାନ୍ସ କର୍ମଚାରୀ ଉପରେ ଲୁଟ୍ ଓ ଆକ୍ରମଣ ଘଟିଛି। ମିଥେଲ ଦିଗାଲ ନାମକ ଏହି କର୍ମଚାରୀ ମାଧ୍ୟାହ୍ନରେ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ତିନିଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ବନ୍ଧୁକରେ ଭୟଭୀତ କରି ଲୁଟ୍ କରିଥିଲେ। ଘଟଣାରେ ଦୃର୍ବୁତ୍ତମାନେ ମିଥେଲଙ୍କୁ ପ୍ରବଳ ପିଟିବା ସହ ବନ୍ଧୁକରେ ମୁଣ୍ଡକୁ ଆଘାତ କରିଥିଲେ। ମିଥେଲଙ୍କୁ ଗୁରୁତର ଅବସ୍ଥାରେ ସିମନବାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଆଗାମି ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି।
ମିଥେଲ ଦାରିଙ୍ଗବାଡି ଫାଇନାନ୍ସ କାର୍ଯ୍ୟାଳୟରୁ ସକାଳେ ବାଇକ (ନଂ: OD 12E-7485)ରେ ରୂଣ ଆଦାୟ ପାଇଁ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତକୁ ଯାଇଥିଲେ। କାମ ସାରି ଫେରୁଥିବା ସମୟରେ ତିନିଜଣ ଦୃର୍ବୁତ୍ତ ଆକସ୍ମିକ ଭାବରେ ମିଥେଲଙ୍କୁ ଅଟକାଇ ଅନ୍ଧାରା ଜଙ୍ଗଲରେ ନେଇଥିଲେ। ମିଥେଲ ଲୁଟ୍ କାର୍ଯ୍ୟ ରୋକିବାକୁ ଚେଷ୍ଟା କରିଥିବା ବେଳେ, ଦୃର୍ବୁତ୍ତମାନେ ତାଙ୍କୁ ମାଡ଼ ମାରି ବନ୍ଧୁକରେ ଆଘାତ କରିଥିଲେ। ଏହା ପରେ ଦୃର୍ବୁତ୍ତ ମାନେ ବାଇକ ସହ ୪୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୃର୍ବୁତ୍ତମାନଙ୍କ ଖୋଜ ପାଇଁ ସ୍ଥାନୀୟ ବାସିନ୍ଦାମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।