Hot Posts

6/recent/ticker-posts

ନବ ଦାସ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି ଦୋହରାଇଲେ ଝିଅ ଦୀପାଳି

ଝାରସୁଗୁଡ଼ା, ୨୯/୧:  ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଘଟଣାର ଗମ୍ଭୀର ତଦନ୍ତ ପ୍ରସଙ୍ଗ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଏହି ପରିପ୍ରେକ୍ଷିରେ ତାଙ୍କ ଝିଅ ଏବଂ ପୂର୍ବତନ ବିଧାୟକ ଦୀପାଳି ଦାସ ଏବେ ବି ସିବିଆଇ ତଦନ୍ତ ଦାବି ଜୋରଦାର କରିଛନ୍ତି।  ସେ କହିଛନ୍ତି, "ଏହି ଦାବି କୌଣସି ରାଜନୀତିକ ଉଦ୍ଦେଶ୍ୟରୁ ପ୍ରେରିତ ନୁହେଁ, ବରଂ ଏହା ପରିବାରର ଭାବନା ସହିତ ଜଡିତ। ଆମେ ଏହି ଘଟଣାର ସତ୍ୟ ଉଜାଗର କରିବାକୁ ଚାହୁଁଛୁ।"ସେ ଆହୁରି କହିଛନ୍ତି ଯେ, "ଖୁବଶୀଘ୍ର ଆମେ ଏହି ମାମଲାକୁ ନେଇ ରାଜ୍ୟ ଆଇନମନ୍ତ୍ରୀଙ୍କ ନିକଟରେ ଅପେକ୍ଷା କରିବୁ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିବୁ।"