ମୁଖ୍ୟ ଦାବିଗୁଡ଼ିକ:
ମୂଳ ଦରମା ୪୨୦୦ ଗ୍ରେଡ୍ ପେ ଅନୁଯାୟୀ ୩୫,୪୦୦ ଟଙ୍କା ଦରମା ଦିଆଯାଉ।
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଠିକା ନିଯୁକ୍ତି ସମାପ୍ତ କରି ୬ ବର୍ଷ ଚାକିରି ଗଣନା କରାଯାଉ।
ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଉ।
ଏହି ଆନ୍ଦୋଳନରେ ଏଲିମେଣ୍ଟାରି ଶିକ୍ଷକ ସଂଘ, ଏଲିମେଣ୍ଟାରି ଟିଜି ସଂଘ, ଓଡ଼ିଶା ପ୍ରାଥମିକ ଶିକ୍ଷକ ମଞ୍ଚ, ଏମଏଲଇ ଆସୋସିଏସନ ଓ ଅନ୍ୟାନ୍ୟ ସଂଗଠନର ନେତାମାନେ ସହଭାଗ କରିଥିଲେ। ଏମାନଙ୍କ ମଧ୍ୟରୁ ସୁଶାନ୍ତ ବେହେରା, ପଦ୍ମଲୋଚନ ନାୟକ, ସୁନୀଲ ପ୍ରଧାନ, ମଳୟ ଜେନା, ସରୋଜ ପଣ୍ଡା, କହ୍ନେଇ ଠାକୁର, ରୂପମା ଗୁରୁ, ପ୍ରବୀଣ ଦାସ ଓ ଉତ୍ତମ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ
ଶିକ୍ଷକମାନେ ସଫଳ ଆନ୍ଦୋଳନ ପାଇଁ ସଂଘବଦ୍ଧ ହେଉଥିବା ବେଳେ, ସରକାର ଯଦି ଦାବି ଅନୁସାରେ ପଦକ୍ଷେପ ନ ନେବେ, ତେବେ ଏହି ଆନ୍ଦୋଳନ ଅଧିକ ଭାବେ ଧିକାର ଜଣାଇ ଅଗ୍ରସର ହେବ।