ଭୁବନେଶ୍ବର, ୪/୧: ଆଇଏଏସ୍ ଅଧିକାରୀ ମନୋଜ ସାହୁଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ନିକ୍ଷେପ ବିଜ୍ଞପ୍ତି ଜାରି ହୋଇଛି। ମନୋଜ ସାହୁ, ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ଏହି ନୂଆ ଦାୟିତ୍ୱ ନେଇଛନ୍ତି।
୨୦୦୬ ବ୍ୟାଚର ଆଇଏଏସ୍ ମନୋଜ ସାହୁ, ଯିଏ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ, ଇଣ୍ଟର କ୍ୟାଡର ଡେପୁଟେସନ୍ରେ ଓଡିଶାକୁ ଆସିଛନ୍ତି। ସେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ମୂଳବାସୀ।
ଅଧିକାରୀ ଭାବେ ମନୋଜ ସାହୁ ବିଭିନ୍ନ ସମ୍ବେଦନଶୀଳ ଦାୟିତ୍ୱରେ ଦକ୍ଷତାର ପରିଚୟ ଦେଇଥିବା ସହ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ‘ହର୍ ଘର୍ ଜଲ୍’ ପ୍ରକଳ୍ପରେ ସେ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଖ୍ୟାତି ଲାଭ କରିଥିଲେ।