Hot Posts

6/recent/ticker-posts

ଦାରିଙ୍ଗବାଡ଼ିରେ ଠିକାସଂସ୍ଥା ପ୍ଲାଣ୍ଟ୍‌ରେ ନିଆଁକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷତି ଟଳିଲା ବଡ଼ ବିପଦ


ଦାରିଙ୍ଗବାଡ଼ି, ୧୬/୧ : କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଅବସ୍ଥିତ ଶ୍ରାନିକେତା ପଞ୍ଚାୟତର ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟରେ ଗୁରୁବାର ସକାଳେ ହଠାତ୍ ଶଟ୍‌ସର୍କିଟ୍‌ରୁ ଜନ୍ମିତ ଜେନେରେଟରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷତି ଘଟିଛି। ତେବେ, କର୍ମଚାରୀଙ୍କ ତତ୍ପରତା ଏବଂ ଅଗ୍ନିଶମ ବିଭାଗର ସମୟୋଚିତ ପହଞ୍ଚ ସାହାଯ୍ୟରେ ବଡ଼ ବିପଦ ଏଡାହୋଇଛି।  

ପ୍ଲାଣ୍ଟର ଉପସ୍ଥିତ କର୍ମଚାରୀଙ୍କ କହିବାଅନୁସାରେ, ପିଚୁ ପ୍ଲାଣ୍ଟରେ କାର୍ଯ୍ୟ ଚାଲିଥିବା ବେଳେ ଜେନେରେଟରରେ ଶଟ୍‌ସର୍କିଟ୍‌ ହୋଇ ତାଠାରୁ ନିଆଁ ଚାପିଥିଲା। ସମ୍ଭାବ୍ୟ ବଡ଼ କ୍ଷତି ଦୃଷ୍ଟିରେ ରଖି, କର୍ମଚାରୀମାନେ ଆପତ୍କାଳୀନ ପଦକ୍ଷେପ ଗ୍ରହଣ କରି ଠାରୁଠାରେ ପଥର ଗୁଣ୍ଡ ପକାଇ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।  

ଅଗ୍ନିଶମ ବିଭାଗର କର୍ମଚାରୀ ତତ୍କ୍ଷଣାତ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଏହା ଫଳରେ ପ୍ଲାଣ୍ଟର ଅନ୍ୟାନ୍ୟ ଯନ୍ତ୍ରାଂଶ ଓ ଶ୍ରମିକଙ୍କ ପ୍ରାଣକୁ ବଡ଼ ବିପଦରୁ ରକ୍ଷା କରିବା ସମ୍ଭବ ହୋଇଛି।  

ଠିକାସଂସ୍ଥାର ପକ୍ଷରୁ ସୂଚନା ମିଳିଛି ଯେ, ଜେନେରେଟରର କ୍ଷତିର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବା ସମ୍ଭାବନା ଅଛି। ଏହି ଘଟଣା ସଂପୂର୍ଣ୍ଣ ତଦନ୍ତ କରାଯାଇବାରୁ ଘଟଣାର ସ୍ୱରୂପ ଏବଂ କ୍ଷତିର ତଥ୍ୟ ଦୃଢ଼ ହେବାକୁ ଆଶା ରହିଛି।