ନୂଆଦିଲ୍ଲୀ: ୧୩/୧ : ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଅନ୍ୟାୟର ବିରୁଦ୍ଧରେ ନ୍ୟାୟର ଲଢ଼ା ଦେଇ ଥିବା ୮୦ ବର୍ଷୀୟ ଚାଷୀ ଜଗା ସିଂଙ୍କ ଦୀର୍ଘ ସଂଘର୍ଷ ସମାପ୍ତ ହୋଇଛି। ଶନିବାର ପ୍ରବଳ ଶୀତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଅବନତ ହୋଇଥିଲା। ଫରିଦକୋଟ୍ ଜିଲ୍ଲାର ଗୋଦରା ଗ୍ରାମର ବାସିନ୍ଦା ଜଗା ସିଂକୁ ତୁରନ୍ତ ପଟିଆଲାର ରାଜିନ୍ଦ୍ର ସରକାରୀ ମେଡିକାଲ କଲେଜକୁ ନେଇଯାଇଥିଲେ ମଧ୍ୟ, ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।
ଘଟଣା ଉପରାନ୍ତ, ଆନ୍ଦୋଳନରେ ଥିବା ଅନ୍ୟ କୃଷକମାନଙ୍କ ମଧ୍ୟରେ ତିବ୍ର ରୋଷ ଓ ଭାବନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ସଂଗଠନ ସୋମବାର ଜରୁରୀ ବୈଠକ ଡାକିଛନ୍ତି, ଯେଉଁଠି ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହେବ। ମୋର୍ଚ୍ଚାର ୬ ଜଣିଆ ପ୍ରତିନିଧି ଅନ୍ୟ ୨ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ମିଳି ଏହାର ନୀତି ଓ ଦିଗନିର୍ଦ୍ଦେଶ ସ୍ଥିର କରିବାକୁ ପ୍ରସ୍ତୁତ। ଦୀର୍ଘଦିନ ଧରି ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂ ଡାଲଓବୋଲଙ୍କ ସ୍ବାସ୍ଥ୍ୟ ମଧ୍ୟ ଗୁରୁତର ଅବସ୍ଥାକୁ ପହଞ୍ଚିଛି। ରବିବାର ତାଙ୍କ ଅନଶନ ୪୯ ଦିନରେ ପହଞ୍ଚିଥିଲାବେଳେ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ଅତି କଠୋର ନିରିକ୍ଷଣ ଚାଲାଇଛନ୍ତି। ଜଗା ସିଂଙ୍କ ମୃତ୍ୟୁ ଓ ଆନ୍ଦୋଳନର ତୀବ୍ର ପରିସ୍ଥିତି ଆଉ ଏକଥର କୃଷକମାନଙ୍କ ମଧ୍ୟରେ ଦୀର୍ଘ ସଂଘର୍ଷର ମନୋଭାବକୁ ମୂର୍ତ୍ତିମାନ କରିଦେଇଛି। ସଂଯୁକ୍ତ କୃଷକ ସଂଘ ଆବଶ୍ୟକ ପଦକ୍ଷେପ ନେବା ଲକ୍ଷ୍ୟରେ ମନସ୍କ।
ଏହି ଘଟଣା ରାଷ୍ଟ୍ର ଓ ସମାଜର ମଧ୍ୟରେ ଦୀର୍ଘଦିନ ଧରି ଚାଲୁଥିବା କୃଷକମାନଙ୍କ ଯନ୍ତ୍ରଣାକୁ ଉଜାଗର କରି ତୃଣମୂଳରେ ଅବହେଳିତ ଶ୍ରେଣୀର ଅବସ୍ଥାକୁ ସୂଚିତ କରିଛି।