Hot Posts

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷୀର: ନୂଆ ଯୋଜନାର ଆରମ୍ଭ


ଭୁବନେଶ୍ୱର, ୧୪ /୧: ରାଜ୍ୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନରେ ଶୀଘ୍ର ଦିଆଯିବ କ୍ଷୀର। ଏନେଇ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ଘୋଷଣା କରିଛନ୍ତି।ଯୋଜନାଅନୁସାରେ, ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ମାଧ୍ୟମରେ ୨୯ଟି ସ୍କୁଲର ୧୧୮୪ ଶିକ୍ଷାର୍ଥୀ ପାଇଁ ଏହି କ୍ଷୀର ଦିଆଯିବ।

ଗତ ସୋମବାର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ଦୁର୍ବଳ ପୋଷଣ ସମସ୍ୟାକୁ ଦୂର କରିବାସହ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, “ଏହି ମୁହିମ ଅଭିଯାନର ମାଧ୍ୟମରେ ପିଲାଙ୍କ ପୋଷଣ ସ୍ତରକୁ ବୃଦ୍ଧି କରାଯିବ। ଏହା ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକ ଭିଟାମିନ ଆପୂର୍ଣ୍ଣ କରିବ।"