ଜୟପୁର, ୧୩/୧ : ଜିଲାରେ ବେଆଇନ ଭାବେ ମହୁଲ ଫୁଲ ଚାଲାଣ ବିରୋଧରେ କଡ଼ା ପଦକ୍ଷେପ ନେଇ ଜୟପୁର ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ବାଡ୍ ସଂଯୁକ୍ତ ଚଢ଼ାଉ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯାନରେ ୨୪ କ୍ୱିଇଣ୍ଟାଲ ରୁ ଅଧିକ ମହୁଲ ଫୁଲ ଜବତ ହୋଇଛି ଏବଂ ଦୁଇଟି ପିକ୍ଅପ୍ ଭ୍ୟାନ୍ ଧରାପଡ଼ିଛି।
ପ୍ରଥମ ଚଢ଼ାଉ କାଉଡ଼ିଆଗୁଡ଼ା ଓ ପକନାଗୁଡ଼ାରେ ହୋଇଥିଲା। ଏଠାରୁ ଅଭିଯୁକ୍ତ ଟଙ୍କଧର ନାୟକ (୨୪) ଓ ରତ୍ନାକର ନାୟକ (୪୮) ଙ୍କୁ ଗିରଫ କରାଯାଇଛି। ପିକ୍ଅପ୍ ଭ୍ୟାନ୍ରେ ୬୭ ବସ୍ତାରେ ୨୪ କ୍ୱିଇଣ୍ଟାଲ ୧୨ କିଲୋଗ୍ରାମ ମହୁଲ ଫୁଲ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି।
ଦ୍ୱିତୀୟ ଚଢ଼ାଉ କୁମୁଲିପୁଟ ଅଞ୍ଚଳରେ ହୋଇଥିଲା। ଏଠାରେ ଧନୁର୍ଜୟ ନାୟକ (୨୪) ଓ ହୃଷୀକେଶ କର (୫୫) ଙ୍କୁ ଗିରଫ କରାଯାଇଛି। ଏଠାରୁ ୨୩.୦୮ କିଲୋଗ୍ରାମ ମହୁଲ ଫୁଲ ଏବଂ ଏକ ଟ୍ରକ୍ ଜବତ ହୋଇଛି।
ଅବକାରୀ ନିରୀକ୍ଷକ ଶଶିକାନ୍ତ ଦତ୍ତ ସୂଚନା ଦେଇଛନ୍ତି ଯେ ଏହା ଜିଲାରେ ବେଆଇନ ଚାଲାଣ ବିରୋଧରେ ଆରମ୍ଭିତ ଅଭିଯାନର ଏକ ଅଂଶ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ*କରାଯାଇଛି ଏବଂ ଆଉ ବୃହତ ଅଭିଯାନ ଚାଲିଛି।