Hot Posts

6/recent/ticker-posts

ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି ପ୍ରସ୍ତାବ: ଜୟପୁର ଶିବିରରେ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର ୧୬/୧ : ରାଜ୍ୟର ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସରକାରକୁ ଆବଶ୍ୟକ ପ୍ରସ୍ତାବ ଦେଇଛନ୍ତି। ରାଜସ୍ଥାନର ଜୟପୁର ରେ ଆୟୋଜିତ ଚିନ୍ତନ ଶିବିରରେ ସେ କହିଛନ୍ତି ଯେ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀମାନଙ୍କ ସେବାକୁ ସ୍ୱୀକୃତି ଦେବା ଓ ସେମାନଙ୍କ ଆର୍ଥିକ ସୁବିଧା ବୃଦ୍ଧି କରିବା ଅତ୍ୟନ୍ତ ଆବଶ୍ୟକ।ସେହିପରି, କାର୍ଯ୍ୟରତ ମହିଳାମାନଙ୍କ ପାଇଁ ରାଜ୍ୟରେ ହଷ୍ଟେଲ ସୁବିଧା ଦେବା ଉଦ୍ଦେଶ୍ୟରେ ପ୍ରସ୍ତାବ ପ୍ରଦାନ କରାଯାଇଛି। ଏହି ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ବିଚାରାଧୀନ ଅଛି।ଏହାଛଡ଼ା, ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବି ଶିବିରରେ ଆଲୋଚନା ହୋଇଛି। ରାଜ୍ୟର ପର୍ଯ୍ୟଟନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ କରାଯାଇଛି।