କଟକ, ୧୧/୧ : ରାଜ୍ୟର ନ୍ୟାୟ ବ୍ୟବସ୍ଥା ଇତିହାସରେ ଏକ ନୂଆ ପୃଷ୍ଠା ଲେଖାହୋଇଛି। ରାଜ୍ୟର ପ୍ରଥମ ନ୍ୟାୟିକ ଅଭିଲେଖାଗାରକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। କଟକର ଜୁଡିସିଆଲ ଏକାଡେମୀ ନିକଟରେ ନିର୍ମିତ ଏହି ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର ବିକାଶ ଓ ନ୍ୟାୟପାଳିକା ବାବଦୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂରକ୍ଷିତ ହୋଇଛି।
ଏହି ଅଭିଲେଖାଗାରରେ ୧୮୦୪ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତର ଦସ୍ତାବିଜ ସଂରକ୍ଷିତ ହୋଇ ଅଛି। ଏଗୁଡିକୁ ବିଭିନ୍ନ ଫର୍ମାଟରେ ଦେଖିବା, ବୁଝିବା ଓ ଶୁଣିବା ପାଇଁ ସୁବିଧା ରହିଛି। ରାଜ୍ୟର ଗବେଷକ, ଐତିହାସିକ ଓ ଇତିହାସ ପ୍ରେମୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ମୂଲ୍ୟବାନ ସାଧନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, "ନ୍ୟାୟ ବ୍ୟବସ୍ଥାର ଏତିହାସିକ ବିକାଶର ଦଲିଲ ଏବଂ ସଂସ୍କୃତିର ପ୍ରତିଫଳନ ଆଜିର ଅଭିଲେଖାଗାରରେ ସଂରକ୍ଷିତ। ଏହି ସାଧନ ବାକି ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ଦୃଷ୍ଟାନ୍ତ।" ଏହା ଲୋକଙ୍କ ନ୍ୟାୟ ପ୍ରତି ବିଶ୍ୱାସକୁ ଦୃଢ଼ କରିବା ସହିତ ଗବେଷଣାରେ ମଧ୍ୟ ଏକ ସୁବିଧା ଯୋଗାଇବ।
କଟକର ଏହି ଅଭିଲେଖାଗାର ନ୍ୟାୟ ବ୍ୟବସ୍ଥାର ଇତିହାସ ଏବଂ ବିକାଶର ସ୍ମାରକ ଭାବରେ ରାଜ୍ୟରେ ଏକ ନୂତନ ଅଧ୍ଯାୟ ଖୋଲିବାର ସହ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦେୟ ହେବ।