ସମ୍ବଲପୁର, ୪।୧: ସମ୍ବଲପୁର ଜିଲ୍ଲାର କଟାପାଲି ନିକଟରେ ହାଇୱା ଧକ୍କା ଘଟଣାରେ ବିଜେପିର ଦୁଇ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ କର୍ଡୋଲା ଗ୍ରାମର ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ ବିଜେପି ନେତା ମୁରଲୀଧର ଛୁରିଆ।
ଘଟଣା ସମ୍ପର୍କରେ ଜଣାପଡ଼ିଛି ଯେ, ଏହି ବିଜେପି କାର୍ଯ୍ୟକର୍ତ୍ତାମାନେ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ସହ ଭୁବନେଶ୍ୱର ଯାଇଥିଲେ। ଚିପିଲିମାକୁ ଫେରୁଥିବା ସମୟରେ ରାତି ପ୍ରାୟ ୧.୩୦ଟାରେ, କଟାପାଲି ନିକଟରେ ହାଇୱା ଗାଡ଼ି ତାଙ୍କ କାରକୁ ଦୁଇ ଦୁଇ ଥର ପଛରୁ ଧକ୍କା ଦେଇଥିଲା। ଏହା ସହିତ, ମୃତକମାନେ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ ଥିବା ଜଣାଯାଇଛି।
ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଆହତ ଦୁଇଜଣକୁ ଭିମସାରରେ ଭର୍ତ୍ତି କରିଥିଲା। ଏହାସହ, ହାଇୱା ଚାଳକକୁ ଗିରଫ କରାଯାଇଛି। ତଥାପି ଏହି ଦୁର୍ଘଟଣାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଭାବରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଅଂଚଳବାସୀ ଏହି ଘଟଣା ପ୍ରତି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିବା ବେଳେ ଅଧିକ ସୂଚନା ଅପେକ୍ଷା କରାଯାଉଛି।