ଖୋର୍ଦ୍ଧା, ୧୬/୧ : ଚିଲିକା ହ୍ରଦରେ ପକ୍ଷୀ ଗଣନା ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ। ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ସକାଳ ୬ଟାରୁ ଦୁପହର ୧୨ଟା ପର୍ଯ୍ୟନ୍ତ କରାଯିବ। ଏହି ଉଦ୍ୟମ ପାଇଁ ୨୧ଟି ଟିମ୍ ଗଠନ କରାଯାଇଛି, ଯେଉଁଠି ପ୍ରତି ଟିମ୍ରେ ୪ରୁ ୫ ଜଣ ସଦସ୍ୟ ରହିବେ। ଡିଏଫଓ ଅନୁସାରେ, ଏହି ପ୍ରକ୍ରିୟା ଚିଲିକା ରହୁଥିବା ଅନେକ ପକ୍ଷୀ ପ୍ରଜାତି ସମ୍ପର୍କରେ ନୂତନ ତଥ୍ୟ ସଂଗ୍ରହ କରିବ ।
ସେହିପରି, ଚିଲିକାରେ ଡଲ୍ଫିନ୍ ଗଣନା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ। ଏହା ଚିଲିକାର ପ୍ରାକୃତିକ ସମ୍ପଦ ସୁରକ୍ଷା ଓ ଜୀବବିଭିନ୍ନତା ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।