Hot Posts

6/recent/ticker-posts

ରାଉରକେଲାରେ ଦିନଦହାଡ଼ି ୫ ଲକ୍ଷ ଲୁଟ: ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଲୁଟ ର ଶିକାର

 


ରାଉରକେଲା, ୯।୦୧: ସହରର ସେକ୍ଟର ୧୯ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗରୁ ଦିନଦହାଡ଼ି ୫ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଏକ କଳା ପଲସର ବାଇକ୍‌ରେ ଆସିଥିବା ଦୁଇ ଯୁବକ ବ୍ୟାଙ୍କ ଆଗରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୋସେନ ମାଝୀଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇ ଦୃତ ଗତି ରେ ଫେରାର ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସୋସେନ ମାଝୀ ଗୁରୁବାର ପୂର୍ବାହ୍ନ ୧୧ଟାରେ ରାଜଗାଙ୍ଗପୁରରୁ ସ୍କର୍ପିଓରେ ପରିବାର ସହ ରାଉରକେଲାର ସେକ୍ଟର ୧୯ ସ୍ଥିତ ବ୍ୟାଙ୍କକୁ ଆସିଥିଲେ। ସେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ରାସ୍ତା ପାରି କରି ଗାଡି ପାଖକୁ ଯାଉଥିବା ସମୟରେ ଦୁଇ ଯୁବକ ବାଇକ୍‌ରେ ଆସି, ତାଙ୍କ ହାତରୁ ବ୍ୟାଗ୍ ଲୁଟି ନେଇ ଫେରାର ହୋଇଯାଇଥିଲେ।  

ଘଟଣା ପରେ ସେକ୍ଟର ୧୯ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ କରିଥିବା ବାଇକ୍‌ର ମଡେଲ ଏବଂ ଯୁବକମାନଙ୍କର ବିବରଣୀ ଆଧାରରେ ସିସିଟିଭି ଫୁଟେଜ୍ ଖୋଜିବା ସହ, ସଂଭାବ୍ୟ ରାସ୍ତାମାନଙ୍କରେ ଅଭିଯାନ ଚାଲିଛି। ମିଳିଥିବା ସୂଚନା ଅନୁସାରେ ଏହା ପ୍ରକୃତିଗତ ଯୋଜନାକ୍ରମରେ କରାଯାଇଥିବା ଅନ୍ଧାଧୁନ ତାଲିଚାର ଫଳ।