କେନ୍ଦୁଝର, ୨୧।୧: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତରେ ଏକ କମ୍ପାନୀର ଜନ ଶୁଣାଣିକୁ ଯାଉଥିବା ସ୍ଥାନୀୟ ମହିଳାମାନଙ୍କୁ ମଧ୍ୟରାସ୍ତାରେ ପୋଲିସ ରୋକି ଅସାମାଜିକ ଭାବେ ବ୍ୟବହାର କରିଥିବା ଘଟଣା ଆପ୍ତ ମନ୍ଦିରେ ପ୍ରଚଳିତ ହେବା ସହ ମାନବାଧିକାର ଉଲଂଘନର ଅଭିଯୋଗ ଉଠିଛି।
ଯାଜପୁର ଜିଲାର ପ୍ରମୁଖ ମାନବାଧିକାର କର୍ମୀ ନାରାୟଣ ରଥ ଏହି ଘଟଣାକୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ମହିଳାମାନଙ୍କୁ ଅଟକାଇ ମାଡ଼ ମାରିବା, ମୋବାଇଲ ଛଡେଇ ନେବା, ଭାଙ୍ଗିବା ଏବଂ ଲାଠିରେ ପିଟି ମୁଣ୍ଡ ଫଟେଇବା ଯୋଗୁ ମାନବାଧିକାର ଉଲଂଘନ ହୋଇଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ଏଘୋଡ଼ା ପାଇଛି!
ମାନବାଧିକାର କର୍ମୀ କମିଶନଙ୍କୁ ଏହି ଅଭିଯୋଗର ଗଭୀର ତଦନ୍ତ କରିବା, ଦୋଷୀ ପୋଲିସ ଅଧିକାରୀମାନଙ୍କୁ କଠୋର ଶିକ୍ଷା ଦେବା, ଚାକିରିରୁ ବିଦା କରିବା, ଏବଂ ପୀଡିତା ମହିଳାମାନଙ୍କୁ ଦଶ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦେବା ପାଇଁ ନିବେଦନ କରିଛନ୍ତି।
କମିଶନ ଏହି ମାମଲାକୁ କେସ୍ ନମ୍ବର ୧୩୨୪/ଆଇ.ଏନ/୨୦୨୫ ରେ ଗ୍ରହଣ କରିଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସ୍ଥିତିରେ ଦୋଷୀଙ୍କ ଅସମ୍ମାନଜନକ କାର୍ଯ୍ୟ ଉପରେ ପ୍ରଭାବଶୀଳ କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି।