Hot Posts

6/recent/ticker-posts

ମନରେଗା ତଦାରଖ ବେଳେ ଆକ୍ରମଣ : କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ମାରିବା ମାମଲାରେ ତିନି ଅଭିଯୁକ୍ତ କୋର୍ଟ ଚାଲାଣ


ଲାଞ୍ଜିଗଡ଼, ୧୮/୧ :  କଳାହାଣ୍ଡି ଜିଲାରେ ମନରେଗା କାର୍ଯ୍ୟ ତଦାରଖ କାଳରେ ଏକ ଅସଦାଚରଣ ଘଟଣା ଘଟିଥିବାରୁ ବିଜେପୁର ପୋଲିସ ଏକ ସଫଳ ତଦନ୍ତ ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ରେ କନିଷ୍ଠ ଯନ୍ତ୍ରୀ ବିଦ୍ୟା ଟୁଡୁଙ୍କୁ ଗାଳି ଗୁଲଜ କରି ମାଡ ମାରିବା ଓ ଅପମାନିତ କରିଥିବା ଅଭିଯୋଗ ରହିଛି। ଜଣାଯାଉଛି ଯେ, ଅଭିଯୁକ୍ତମାନେ ବେନଗାଁ ପଞ୍ଚାୟତର ଅଗସ୍ତି ହରିଜନ (୩୨), ଉଗ୍ରସେନ ହରିଜନ (୪୫) ଓ କର୍ଣ୍ଣଦାନୀ ହରିଜନ (୩୫)। 

ଗୁରୁବାର ଦିନ ବିଦ୍ୟା ଟୁଡୁ ତାଙ୍କ ସହକାରୀ ଯନ୍ତ୍ରୀ ଓ ଗ୍ରାମ ରୋଜଗାର ସେବକଙ୍କ ସହ ମନରେଗା କାର୍ଯ୍ୟର ତଦାରଖ ପାଇଁ ବେନଗାଁ ପଞ୍ଚାୟତକୁ ଯାଇଥିଲେ। ସେହି ସମୟରେ, ଅଭିଯୁକ୍ତମାନେ ଅସମ୍ପୂର୍ଣ୍ଣ କାର୍ଯ୍ୟର ବିଲ୍‌ ପେମେଣ୍ଟ ପାଇଁ ଟୁଡୁଙ୍କୁ ଚାପ ଦେଇଥିଲେ। ଟୁଡୁ ରାଜି ନ ହେବାରେ ସେମାନେ ଆକ୍ରୋଶିତ ହୋଇ ମୁଣ୍ଡକୁ ମୁଥ ଓ ଗାଲକୁ ଚାପୁଡ଼ା ମାରିଥିଲେ। ଏହା ସହିତ, ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ମାନସିକ ଯନ୍ତ୍ରଣା ଦେଇଥିଲେ।  

ଯନ୍ତ୍ରୀଙ୍କ ଅଭିଯୋଗ ଆଧାରରେ, ବିଜେପୁର ଥାନା ଅଧିକାରୀ ତତ୍କ୍ଷଣାତ ତଦନ୍ତ ଆରମ୍ଭ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପୋଲିସ ମାମଲା ରୁଜୁ କରି ଏବଂ ଆଇନ ଅନୁଯାୟୀ ବିଜେପୁର ଥାନା କେଶ ନଂ.୪/୨୫ରେ ଧାରା ୨୯୬/୧୧୫ (୨)/୨୨୧/୧୩୨/୧୩୧(ଆଇ)/୩୫୧(୨)/୩(୫) ବିଏନଏସ ଏବଂ ୨୦୨୩ ର ୱାଇ ଧାରା ୨୯୬/୧୧୫ (୨)/୨୨୧/୧୩୨/୧୩୧(ଆଇ)/୩୫୧(୨)/୩(୫)୧୦୯ ବିଏନ୍‌ଏସ୍‌  ଅଧିନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତ ପରେ ଶୁକ୍ରବାର ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। 

ଏହି ଘଟଣା ଗୁରୁତର ଏବଂ ସରକାରୀ କାର୍ଯ୍ୟ ଶୃଙ୍ଖଳାରେ ଅସଦାଚରଣ ଓ ଦୂଷ୍କର୍ମ କାହାଣୀକୁ ପ୍ରକାଶ କରୁଛି। ଏହା ସହିତ ମନରେଗା କାର୍ଯ୍ୟର ସଫଳତା ବାଧାପ୍ରାପ୍ତ ହେବାର ଭୟ ମଧ୍ୟ ସ୍ପଷ୍ଟ। ପୋଲିସର ସଠିକ ହସ୍ତକ୍ଷେପ ଦ୍ୱାରା ଏକ ସୂଚନା ଦିଆଯାଇଛି ଯେ, ଅସଦାଚରଣ କେବେ ବି ରାଜ୍ୟର କାନୁନରୁ ପଲାଇ ପାରିବ ନାହିଁ।