ବୌଦ୍ଧ, ୧୦/୧ : ପୋଷା ବାରହା ମାରିବାକୁ କେନ୍ଦ୍ର କରି ହରଭଙ୍ଗା ଥାନା ଅନ୍ତର୍ଗତ ଭାଲିଆପଦର୍ ଗ୍ରାମର ତଇଲାସାହିରେ ହିଂସାତ୍ମକ ଘଟଣା ଘଟିଛି। ଫଳରେ ୫ ଜଣ ଅଭିଯୁକ୍ତ ମାରଣାସ୍ତ୍ର ଦ୍ୱାରା ଏକ ଗୋଷ୍ଠୀ ଉପରେ ଆକ୍ରମଣ କରି ୩ ଜଣକୁ ଗୁରୁତର ଭାବେ ଆହତ କରିଥିଲେ। ଗୁରୁତର ଆହତମାନେ ହେଲେ ଶରତ ନାଏକ, ରତ୍ନାକର ନାଏକ ଓ ବାବୁଲା ବେହେରା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ବୁଠା କହଁର, ସହଦେବ କହଁର ସହ ୩ ଅନ୍ୟ ଜଣକୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ତାଙ୍କ ବିରୋଧରେ ଥାନାରେ ଏତଲା ହୋଇଛି।ଗାଁରେ ଏହି ବିବାଦ ପୋଷା ବାରହା ମାରିବାକୁ ନେଇ ଉତ୍ପନ୍ନ ହୋଇଥିବାର ସନ୍ଦେହ। ସେଥିପରେ ଗ୍ରାମର ଦୁଇ ପକ୍ଷ ମଧ୍ୟରେ ତିବ୍ର ସଂଘର୍ଷ ହୋଇଥିଲା। ଅଭିଯୁକ୍ତମାନେ ମାରଣାସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିବା ଅଭିଯୋଗ ରହିଛି।
ଥାନାରେ ମାମଲା ରୁଜୁ ହୋଇଥିବା ସହିତ ଗୋଟିଏ ତଦନ୍ତ ଅରମ୍ଭ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୋଲିସ ଚେଷ୍ଟାଶୀଳ। ଏହି ଘଟଣା ଗାଁରେ ଚାପର ପରିସ୍ଥିତି ସୃଷ୍ଟି କରିଛି।