Hot Posts

6/recent/ticker-posts

ସାଧାରଣତନ୍ତ୍ର ଦିବସ ପରେଡରୁ ବଞ୍ଚିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼: ନିରାଶା ଓ ଉଦ୍ବେଗ

ଭୁବନେଶ୍ୱର: ୫/୧ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ଥାନ ମିଳିନାହିଁ। ଏହାକୁ ନେଇ ରାଜ୍ୟରେ ତିବ୍ର ଉଦ୍ବେଗ ଓ କ୍ଷୋଭ ଦେଖାଦେଇଛି। ବିଜୁ ଜନତା ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଏହାକୁ ଓଡ଼ିଆ ଅସ୍ମିତାକୁ ଅପମାନ କରିବା ସମାନ ବୋଲି ମତ ପ୍ରକାଶ କରିଛନ୍ତି।  

ମିଶ୍ର କହିଛନ୍ତି, ଡବଲ ଇଞ୍ଜିନ ସରକାର ଶାସନ ସମୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ବୀକୃତି ନ ମିଳିବା ଏକ ଉଦ୍ବେଗ ଜନକ ପ୍ରସଙ୍ଗ। ଏହା ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ନିଷ୍ପତ୍ତି ନେବା ଆବଶ୍ୟକ।  

ଗତ ବର୍ଷ ରଘୁରାଜପୁର ହସ୍ତକଳାକୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ହାସଲ କରିଥିଲା। ଏବର୍ଷ ମାଣିଆବନ୍ଧ ଶାଢ଼ି, ହସ୍ତଶିଳ୍ପ ଓ ଭୁବନେଶ୍ୱରର ମନ୍ଦିରମାଳାକୁ ମେଢ଼ ଭାବେ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ଏହାକୁ ମନୋନୀତ କରାଯାଇନାହିଁ। କିନ୍ତୁ କାରଣ ସ୍ପଷ୍ଟ ହୋଇନାହିଁ।  

ଏହି ନିଷ୍ପତ୍ତି ରାଜ୍ୟର ସଂସ୍କୃତିକ ଗୌରବକୁ ହାନି କରିବା ସମାନ ବୋଲି ବିଜେଡି ନେତୃତ୍ୱ ଭାବିଛି।