Hot Posts

6/recent/ticker-posts

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି: ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଆରମ୍ଭ


ଭୁବନେଶ୍ୱର, ୮/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚି ରାଜଧାନୀର ଦ୍ୱିତୀୟ ଦିନୀୟ କାର୍ଯ୍ୟକ୍ରମ ପାଇଁ ମଂଚ ସଜାଇ ଦେଲେ। ବିଶାଖାପାଟଣାରେ ଏନ୍‌ଟିପିସିର ଗ୍ରୀନ ହାଇଡ୍ରୋଜେନ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେ ଏକ ବିଶେଷ ବିମାନରେ ଭୁବନେଶ୍ୱର ଆସିଥିଲେ।  

ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରି ଅବସ୍ଥାନ କରିବେ। ଆସନ୍ତାକାଲି ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି ତାଙ୍କର କାର୍ଯ୍ୟକ୍ରମ ତିରିପୁର୍ଣ୍ଣ କରିବେ। 

ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ, ପ୍ରଧାନମନ୍ତ୍ରୀ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ। ସମ୍ମିଳନୀରେ ଭାରତର ଭାବିକଳ୍ପ, ପ୍ରବାସୀ ଭାରତୀୟମାନଙ୍କ ଯୋଗଦାନ, ଏବଂ ଆର୍ଥିକ ଉନ୍ନତି ସମ୍ବନ୍ଧୀୟ ଆଲୋଚନା ହେବାକୁ ଆଶା କରାଯାଉଛି।