Hot Posts

6/recent/ticker-posts

ବିଶାଖାପାଟନମ୍ ନିକଟରେ ସଡ଼କ ଦୁର୍ଘଟଣା: ମାଲକାନଗିରି ଜିଲାର ଯୁବ ନେତା ଓ ତାଙ୍କ ଝିଅ ଙ୍କ ମୃତ୍ୟୁ


ମାଲକାନଗିରି, ୧୮/୧ : ମାଲକାନଗିରି ଜିଲାର ପଡ଼ିଆ ବ୍ଲକରୁ ଏକ ରୋଗୀବାହୀ ବସ ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲକୁ ଯାଉଥିବା ବେଳେ ଦୁର୍ଘଟଣାରେ ପଡ଼ିଛି। ଦୁର୍ଘଟଣା ବିଶାଖାପାଟନ ନିକଟରେ ଘଟିଛି, ଯାହାରେ ଭାଜପା ଯୁବ ନେତା ସୁବ୍ରତ ରାୟ (ପଡ଼ିଆ ମଣ୍ଡଳର ଏମଭି ୫୮ ବୁଥ ସଭାପତି) ଏବଂ ତାଙ୍କ ସାନ ଝିଅଙ୍କ ଜୀବନ ହାରିଛନ୍ତି।ବସରେ ଅନୁମାନତଃ ୩୦ ଯାତ୍ରୀ ଯାତ୍ରା କରୁଥିଲେ। ଗତକାଲି ରାତିରେ ମାଲକାନଗିରିରୁ ରବାନା ହେବା ସମୟରେ, ସାମ୍ନାରେ ଏକ ଟ୍ରକ ଖରାପ ହୋଇ ରାସ୍ତାରେ ଅଟକିଥିଲା। ଟ୍ରକକୁ କୁହୁଡିରେ ଦେଖିପାରିବାରେ ବିଫଳ ହେଉଥିବାରୁ ବସ ଟ୍ରକରେ ଗିଆଁ ମାରିଥିଲା। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି।ଏହି ଦୁଃଖଦ ଘଟଣାରେ ସୁବ୍ରତ ରାୟଙ୍କର ମୃତ୍ୟୁ ସହିତ ତାଙ୍କ ପରିବାର ଓ ମାଲକାନଗିରିରେ ଶୋକର ଲହର ଆସିଛି।