ଭୁବନେଶ୍ୱର, ୪।୧:ଗତ ୧୦ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪୭,୦୦୦ ଜୀବନକୁ ମନେକରି, ସଡ଼କ ସୁରକ୍ଷା ନେଇ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସୁରକ୍ଷା ଉତ୍ସବରେ ଏହାର ଉଦ୍ଘାଟନ ସମୟରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷାରେ ସବୁ ଲୋକଙ୍କୁ ସଚେତନ ହେବାକୁ ଆହ୍ୱାନ କରିଛନ୍ତି।
ସମସ୍ତ ୪ ଚକିଆ ଯାନରେ ନୂତନ ସ୍ମାର୍ଟ ଡିଭାଇସ୍ ସଜ୍ଜ କରାଯିବା ନେଇ ଘୋଷଣା କରିଛନ୍ତି। ଏହି ଡିଭାଇସ୍ ଡ୍ରାଇଭରଙ୍କ ଦୃଷ୍ଟି ସ୍ଥିର ନ ଥିବା, ମଦ ପାନ କରି ଯାନ ଚଲାଇବା ଓ ‘ପଥ ସମ୍ମୋହନ’ ଜନିତ ବିପଦ ଏଡ଼ାଇବାରେ ସହାୟକ ହେବ। ଡିଭାଇସ୍ ଆମଲଗାଇବା ପାଇଁ ଆଇଆଇଟି ମାଡ୍ରାସ ସହିତ ଚୁକ୍ତି ସମ୍ପାଦିତ ହୋଇଛି।
ସଡ଼କ ସୁରକ୍ଷା ବୃଦ୍ଧି ପାଇଁ ରାଜ୍ୟ ସରକାର ୨୦୦୦ ନୂତନ ଟ୍ରାଫିକ୍ ପୁଲିସ ପଦବି ସୃଷ୍ଟି କରିବା ଘୋଷଣା କରିଛି, ଯାହାର ମଧ୍ୟରୁ ଚଳିତ ବର୍ଷରେ ୫୦୦ ପଦବି ପୂରଣ ହେବ।
ମୁଖ୍ୟମନ୍ତ୍ରୀ ‘ସଡ଼କ ସୁରକ୍ଷା ରଥ’କୁ ଆରମ୍ଭ କରିଛନ୍ତି, ଯାହା ମାସବ୍ୟାପୀ ରାଜ୍ୟର ପ୍ରତିଟି ଜିଲ୍ଲା ପରିଦର୍ଶନ କରିବ। ଏହା ସହିତ ମୁଖ୍ୟମନ୍ତ୍ରୀ ଏକ ନୂତନ ଆପ୍—‘ଓଡ଼ିଶା ଯାତ୍ରୀ ଆପ୍’ରୁ ଲୋକଙ୍କୁ ସୁବିଧା ଦେବାକୁ ଘୋଷଣା କରିଛନ୍ତି।
କାର୍ଯ୍ୟକ୍ରମରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିଥିବା ଗୁଡ୍ ସମାରିଟାନ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀରାମ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ଏକ ଅସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ସନେମା ତାରକା ସବ୍ୟସାଚୀ ମିଶ୍ର ଆଦି ବିଶିଷ୍ଟ