ବରଗଡ଼ରେ ଉତ୍ସାହଭରା ସାଧାରଣତନ୍ତ୍ର ଦିବସ ପାଳନ, ଜିଲ୍ଲପାଳ ଆଦିତ୍ୟ ଗୋୟଲ କଲେ ପତାକା ଉତୋଳନ
ବରଗଡ଼, ୨୬/୧ : ରବିବାର ବରଗଡ଼ ପଞ୍ଚାୟତ କଲେଜ ପକ୍ଷରୁ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ବାର୍ତ୍ତା ପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ଓ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲା।ସାଧାରଣତନ୍ତ୍ର ଦିବସରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ପରେଡରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ, ଯାହା ସମ୍ପୂର୍ଣ୍ଣ ଦର୍ଶକମାନଙ୍କର ମନ ଜିତିନେଇଥିଲା।