Hot Posts

6/recent/ticker-posts

ଭାରତ-ଇଂଲାଣ୍ଡ ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ,


କଟକ, ୨୩/୧:  ଆସନ୍ତା ୯ ଫେବୃଆରୀ ରେ କଟକର ବାରବାଟୀ ଷ୍ଟାଡିୟମ ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ବୁଧବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି,  ସଂପାଦକ ସଞ୍ଜୟ ବେହେରା , ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ଓଡ଼ିଶା ଅଲମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ୍, ଓ ପୂର୍ବତନ ବିଧାୟକ ଲଳିଟେନ୍ଦୁ ମହାପାତ୍ର ମୁଖ୍ୟମନ୍ତ୍ରୀ ମାଝୀ ଙ୍କୁ ସାକ୍ଷାତ କରିଥିଲେ।  ମୁଖ୍ୟମନ୍ତ୍ରୀ ଏହି ମ୍ୟାଚ ପ୍ରତି ସ୍ୱତଃସ୍ପୃହା ପ୍ରକାଶ କରି ଏହାର ପ୍ରଥମ ଟିକେଟ ଖରିଦ କରିଥିଲେ। ଏହା ଦେଶୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ ହେବା ସହିତ ଓଡ଼ିଶାର କ୍ରିକେଟ୍ ଇତିହାସରେ ଆଉ ଏକ ପ୍ରତିଷ୍ଠିତ ମୌଢା ଯୋଡ଼ିବ।  

ବାରବାଟୀ ଷ୍ଟାଡିୟମ ଏହି ଦିନରେ ଦୁଇ ବିଶ୍ୱସ୍ତରୀୟ ଦଳଙ୍କ ତିବ୍ର ସଂଘର୍ଷକୁ ସାକ୍ଷୀ ହେବ। ରାଜ୍ୟବାସୀଙ୍କ ମଧ୍ୟରେ ଏହାକୁ ନେଇ ବିପୁଳ ଉତ୍ସାହ ରହିଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ମ୍ୟାଚକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରାଯାଉଛି।