ନାଲକୋନଗରରେ ଭୟଙ୍କର ଟ୍ରକ୍ ଧକ୍କା: ଚାଳକ ଗୁରୁତର, ରାସ୍ତା ଜାମ
ନାଲକୋନଗର, ୨।୧: ନାଲକୋନଗରର ୫୫ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କୁଲାଡ ଛକ ନିକଟରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଟି ଟ୍ରକ୍ ଚାଳକ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ବୁଧବାର ରାତି ୧୦ଟା ୩୦ ସମୟରେ ଘଟିଥିବା ଏହି ଦୁର୍ଘଟଣାରୁ ସ୍ଥାନୀୟ ଲୋକ ଓ ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଦୁର୍ଘଟଣାରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଜାମ ହୋଇଛି, ଯାହା ଯାତାୟାତକୁ ପ୍ରଭାବିତ କରୁଛି।