୨୦୨୧ ମଇ ୫ ତାରିଖରେ କିଞ୍ଜିରିକେଲା ଥାନା ଅଞ୍ଚଳରେ ଏହି ମାମଲା ଘଟିଥିଲା। ୯ ବର୍ଷୀୟା ନାବାଳିକା ଜଣେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଶିବଶଙ୍କର ବରୁଆ ତାଙ୍କୁ ଫୁସୁଲେଇ ନେଇ ବୁଦାମୂଳ ଜଙ୍ଗଳରେ ବଳାତ୍କାର କରିଥିଲେ। ଘଟଣାରେ ପୀଡ଼ିତାଙ୍କ ଜଣେ ପିଉସୀ ସେଠାରେ ପହଞ୍ଚି ଘଟଣା ଦେଖିବା ପରେ ଖବର ଦେଇଥିଲେ। ପୀଡ଼ିତାଙ୍କ ମାତା ଘଟଣାସ୍ଥଳରେ ଆସି ଝିଅକୁ ଘରକୁ ନେଇ ଘଟଣା ସମ୍ପର୍କରେ ଜାଣିଥିଲେ। ପରଦିନ ତାଙ୍କ ଅଭିଯୋଗ ଉପରେ କିଞ୍ଜିରିକେଲା ଥାନାରେ ମାମଲା ରୁଜୁ ହୋଇଥିଲା।
୧୯ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରିଛନ୍ତି। ପ୍ରତ୍ୟେକ ପ୍ରମାଣର ବିଶ୍ଳେଷଣ କରି, ବିଚାରପତି ନାବାଳିକାଙ୍କ ପାଇଁ ଜିଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ୭ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଦେବାକୁ ଆଦେଶ କରିଛନ୍ତି।
ସରକାର ପକ୍ଷରୁ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ ମିଶ୍ର ରାୟକୁ ସମର୍ଥନ କରି ଏହାକୁ ନ୍ୟାୟ ପ୍ରଦାନର ଦୃଢ଼ ପଦକ୍ଷେପ ବୋଲି ବ୍ୟାଖ୍ୟା କରିଛନ୍ତି।