Hot Posts

6/recent/ticker-posts

ଓଡ଼ିଆ ଭାଷାରେ ସ୍ନାତକ ପାଠ୍ୟକ୍ରମ: ଶୀଘ୍ର ପୁସ୍ତକ ପ୍ରସ୍ତୁତି ପାଇଁ ସରକାର ତତ୍ପର


ଭୁବନେଶ୍ୱର, ୨୪/୧ :
ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟାନ୍ବୟନର ଅଂଶ ଭାବରେ, ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ତାଙ୍କର ସ୍ନାତକ ଶିକ୍ଷା ଓଡ଼ିଆ ଭାଷାରେ ପଢିବାର ସୁଯୋଗ ପାଇବେ। ଏହାକୁ ମଧ୍ୟନଜରରେ ରଖି, ସରକାର ପ୍ରାୟ ୫୦ ଜଣ ସ୍ବତନ୍ତ୍ର ଲେଖକଙ୍କୁ ମନୋନୀତ କରି ପାଠ୍ୟପୁସ୍ତକ ରଚନା କାମ ଆରମ୍ଭ କରିବାକୁ ତିବ୍ର ତତ୍ପରତା ଦେଖାଉଛି।

୨୦୨୪-୨୫ ଶିକ୍ଷାବର୍ଷରୁ ଓଡ଼ିଶାର ସମସ୍ତ ସରକାରୀ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇଛି। ଏହାର ଅଂଶ ଭାବରେ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ରୂପାୟନ ହେବ, ଏବଂ ଏହାକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରିବା ପାଇଁ ସ୍ୱତନ୍ତ୍ର ମାନଦଣ୍ଡ ତିଆରି କରାଯାଉଛି। ଡାକ୍ତରୀ, ଇଂଜିନିୟରିଂ, ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ଓଡ଼ିଆରେ ପଢ଼ାଯିବା ପାଇଁ ପ୍ରସ୍ତୁତି ଚାଲିଛି।

ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଏହାର ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପ୍ରଥମ ପ୍ରାୟାସ ଭାବରେ, ସ୍ନାତକ (+୩) କଳା, ବାଣିଜ୍ୟ, ବିଜ୍ଞାନ, ଏବଂ ପ୍ରବନ୍ଧନ ବିଭାଗର ପ୍ରାୟ ୨୦ଟି ପୁସ୍ତକ ଲେଖାଯିବ। ଏହି ପାଠ୍ୟପୁସ୍ତକଗୁଡ଼ିକ ଜାତୀୟ ଶିକ୍ଷାନୀତି ଅନୁଯାୟୀ ତିଆରି ହେବା ସହିତ ଓଡ଼ିଆ ଭାଷାର ମୂଳ ସୂରରୁ ଗଢ଼ିତ ହେବ।

ପାଠ୍ୟପୁସ୍ତକ ରଚନାରେ ସଫଳତା ନେଇ ସରକାର ଏବଂ ଲେଖକମାନେ ମିଳିତ ଉଦ୍ୟମ କରିବେ। ଏହା ମାଧ୍ୟମରେ ଚାତ୍ରଛାତ୍ରୀମାନଙ୍କ ମାତୃଭାଷାରେ ଶିକ୍ଷା ଦେଇ ସେମାନଙ୍କର ଶିକ୍ଷାଗତ ଗୁଣଗତାକୁ ଉନ୍ନତ କରିବା ଲକ୍ଷ୍ୟ ରହିଛି।ଏହି ପଦକ୍ଷେପରୁ ନାକମି ଓଡ଼ିଶାର ସ୍ନାତକ ଶିକ୍ଷା ମାନ ଦୃଢ଼ କରିବାର ସହିତ ଓଡ଼ିଆ ଭାଷାକୁ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପ୍ରାସଙ୍ଗିକ କରିବାରେ ଏକ ମିଳିତ ପ୍ରୟାସ ସ୍ୱରୂପ ରୂପାୟିତ ହୋଇଛି।