Hot Posts

6/recent/ticker-posts

ମିଶନଶକ୍ତି ଗୃହ ଉଦଘାଟନ କଲେ ଅଧକ୍ଷା ବଦଳ ରେ ସରପଞ୍ଚ

ଖଜୁରୀପଡା : ୨୮/୧( ବାଳକୃଷ୍ଣ କହଁର) : ( ବିପ୍ର )ଚକାପାଦ ବ୍ଲକ ଆରାବାକା ପାଞ୍ଚୟତ ଠାରେ ନୂତନ ଭାବରେ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିବା ବେଳେ ଉଦଘାଟନ ପାଇଁ ବ୍ଲକ ଅଧକ୍ଷା ବୈନେତ୍ରୀ କହଁର ଓ ମୁଖ୍ୟ ଅତିଥି ବିଡ଼ିଓ ହୃଦରଞ୍ଜନ ସାହୁ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ! କିନ୍ତୁ ଏହି କାର୍ଯ୍ୟକ୍ରମ କୁ ଦିନ ୧୦ ଟାରେ ରଖାଯାଇଥିଲା ହେଲେ ବିଜେପି ଦଳ ସଦସ୍ୟ ଏହି ଖବର ଶୁଣି ସେଠାକୁ ଯାଇ ଦେଖିଥିଲେ ହେଲେ ସୂଚନା ଫଳକ ରେ ଫୁଲବାଣୀ ବିଜେପି ବିଧାୟକ ଉମା ଚରଣ ମଲ୍ଲିକ ଓ ଜିଲ୍ଲା ପରିଷଦ ର ନାମ ନଥିବାରୁ ଏହାକୁ ଘୋର ପ୍ରତିବାଦ କରିଥିଲେ ! ଦଳ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ମନା କରାଯିବା ସହ ସରପଞ୍ଚ ଏବଂ ପଂଚାୟତ ବାସୀଙ୍କ ସହ କଥା କଟାକଟି ହୋଇଥିବା ବେଳେ ଅତିଥି ମାନେ ଆସିନ ଥିବା ଯୋଗୁଁ ପିଇଓ ଦୈତାରୀ ପ୍ରଧାନ ଉଦଘାଟନ କୁ ବାତିଲ ଘୋଷଣା କରିଥିଲେ ! କିନ୍ତୁ ଦଳ ପକ୍ଷରୁ କୁହାଯାଇଛି ରାଜ୍ୟରେ ବିଜେପି ସରକାର ଓ ଫୁଲବାଣୀ ନିର୍ବାଚିତ ବିଧାୟକ ମଧ୍ୟ ବିଜେପି ଥିବା ବେଳେ ବିଧାୟକ ଙ୍କ ନା ଫଳକ ରେ ଲାଗିନ ଥିବା ଅତି ଦୁଃଖ ର ବିଷୟ ବୋଲି କହିଥିଲେ ! ଏନେଇ ବିଜେପି ବ୍ଲକ ସଭାପତି ସର୍ବେଶ୍ୱର କହଁର, ବିଧାୟକ ପ୍ରତିନିଧି ଗଣେଶ ପ୍ରଧାନ, ଆରାବାକା ପଞ୍ଚାୟତ ସଭାପତି ଗଣେଶ ମଲ୍ଲିକ ସହ ଦଳ ର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ଅଧକ୍ଷା ଙ୍କ ନାମ ଲିଭାଯାଇଥିଲା ! ଶେଷରେ ଉଭୟ ବୁଝାମଣା ହେବାପରେ ସରପଞ୍ଚ ଏଭଳି ଭୁଲ ପୁନର୍ବାର ହେବନି ବୋଲି କହିଥିଲେ ! ଶେଷରେ ଅପରାହ୍ନ ରେ ସରପଞ୍ଚ ଉକ୍ତ ମିଶନ ଶକ୍ତି ଗୃହ କୁ ଧୁମଧାମ ରେ ଚାଙ୍ଗୁ ବାଦ୍ୟ ରେ ନାଚନାଚି ବଡ଼ ପଟୁଆର ରେ ଉଦଘାଟନ କରିଥିଲେ !