ଝାରବନ୍ଧ, ୨୨/୧ : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଠାରୁ ସରଗୁଲ ପର୍ଯ୍ୟନ୍ତ ଜାରି ରହିଥିବା ରାସ୍ତା ନିର୍ମାଣ କାମରେ ଦୁର୍ନୀତି ଓ ଅବ୍ୟବସ୍ଥା ଚାଲିଥିବା ଆପତ୍ତିକର ଘଟଣା ସାମ୍ନାକୁ ଆସିଛି । ଜନସାଧାରଣ ଭଙ୍ଗା ଓ ଦଦରା ରାସ୍ତା ଖସ୍ତା ଅବସ୍ଥାରୁ ମୁକ୍ତି ମିଳିବା ଆଶା କରୁଥିଲେ, କିନ୍ତୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ତାଙ୍କର ଖୁସିକୁ ଧୂଳିସାତ କରିଛି ।କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତର ସରଗୁଲ ଗ୍ରାମ ପାଖରେ ଚାଲିଛି ଏବେ କାର୍ଯ୍ୟ, ସେହି ରାସ୍ତା କାମରେ ଚାଲିଛି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ କଲାପ ସରଗୁଲ ଗ୍ରାମ ପାଖରେ ନିର୍ମାଣ ହେଉଥିବା ବ୍ରିଜରେ( ଢୋଲ ପୁଲିଆ ) ଦେଖାଯାଇଛି ତ୍ରୁଟିପୂର୍ଣ୍ଣ ଧାଂଧଳି। ଏଠାରେ ବ୍ରିଜ କାନ୍ଥ ପାଇଁ ଅନ୍ୟ ଯାଗାରୁ ମାଟି ଗାତ ଖୋଲି ଢଲେଇ କରି ପୋତି ଦେଇ ଅନ୍ୟ ଯାଗାରେ କାନ୍ଥ ତିଆରି କରାଯାଉଛି। ଏହା ଫଲରେ ଅତି କମ୍ ଦିନରେ ବ୍ରିଜ ର କାନ୍ଥ ଭୁଶୁଡ଼ି ଯିବାର ସମ୍ଭାବନା ଦିଶୁଅଛି ତାସହିତ, କଂକ୍ରିଟ କାମ ସମ୍ପନ୍ନ ହେବା ପରେ ଗୁରୁତ୍ୱପୂର୍ଣ୍ଣ ସାଇଟ୍ଗୁଡିକର ଅବସ୍ଥା ଅବ୍ୟବସ୍ଥିତ ଦିଶୁଛି।ସରଗୁଲ ଗ୍ରାମ ଭିତରେ କଂକ୍ରିଟ ସାରିଲା ପରେ ସାଇଟ୍ ରେ ରୁଗୁଡି ମାଟି ଦିଆଯିବାର ନିୟମ ଥିଲେ ମଧ୍ୟ ଖତ ପରି ମାଟି ବ୍ୟବହାର କରାଯାଉଛି, ଯାହା ରାସ୍ତାର ମଜବୁତିକୁ ପ୍ରଭାବିତ କରିଛି। ଏହା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବ୍ୟକ୍ତ ହେଉଥିଲେ ମଧ୍ୟ, ପ୍ରଶାସନ ସମ୍ପୂର୍ଣ୍ଣ ନିର୍ମୋହ ମନୋଭାବ ନେଇ ଅବସ୍ଥାନ କରିଛି। ଯେପରିକି ଏ ସବୁ ଦୃଶ୍ୟ କୁ ଦେଖି ଲାଗୁଛି ସ୍ଥାନୀୟ ପ୍ରସାଶନ କୁଆଡେ଼ ଭାଙ୍ଗ ଖାଇ ସୋଇଛନ୍ତି ମୁହଁ ଖୋଲୁନାହାନ୍ତି ।ସରକାର ଓ ପ୍ରଶାସନ ଏବେ କିପରି ପଦକ୍ଷେପ ନେବେ ତାହା ଦେଖିବାକୁ ରହିଛି।