Hot Posts

6/recent/ticker-posts

ଓଡ଼ିଶାରେ HMPV ଭାଇରସ୍‌କୁ ନେଇ ସତର୍କତା: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ


ଭୁବନେଶ୍ୱର, ୭/୧:  HMPV (Human Metapneumovirus) ଭାଇରସ୍‌କୁ ନେଇ ଓଡ଼ିଶା ସରକାର ସତର୍କତା ବଢ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନରେ ଆୟୋଜିତ ହୋଇଛି। ଏହି ବୈଠକରେ HMPV ଭାଇରସ୍‌ର ସ୍ଥିତି, ପ୍ରତିରୋଧ ଓ ପ୍ରସାର ନିୟନ୍ତ୍ରଣ କୁନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

ବୈଠକରେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ HMPV ଭାଇରସ୍‌ର ବିଭିନ୍ନ ପ୍ରଭାବ ଓ ତାକୁ ନିର୍ବାପନ କରିବାକୁ ନିମନ୍ତେ ଆବଶ୍ୟକ ପଦକ୍ଷେପ ବିଷୟରେ ଚର୍ଚ୍ଚା କରାଯାଇଛି। ସମ୍ମିଳିତ ଭାବରେ ପ୍ରସ୍ତୁତି ଏବଂ ସୁଚନା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ ଚେଷ୍ଟା ହେଉଛି।  

ଦେଶରେ ଏପର୍ଯ୍ୟନ୍ତ HMPV ଭାଇରସ୍‌ ପଜିଟିଭ୍‌ ହୋଇଥିବା ୭ ମାମଲା ଚିହ୍ନଟ ହୋଇଛି। ଚୀନ୍ ଭାଇରସ୍‌ର ଆକ୍ରମଣ ସହ ଏହାର ଲକ୍ଷଣ ଓ ସାବଧାନତା ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି।  

ଏହି ବୈଠକରେ ଆସନ୍ନ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ କୁନେଇ ବି ଅଲଗା ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି।