ଭୁବନେଶ୍ୱର, ୨୨।୧: ସୁଭଦ୍ରା ଯୋଜନା ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱଦେଇ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏପରି ଜଣାପଡ଼ିଛି ଯେ ୧୫୭ ଜଣ ପୁରୁଷ ଭୁଲ୍ବଶତଃ ସୁଭଦ୍ରାରେ ଆବେଦନ କରିଥିଲେ। ଆଧାନକାର୍ଡ ଓ ବ୍ୟାଙ୍କ ଲିଙ୍କ୍ ଡାଟା ତଦନ୍ତ କରିବା ପରେ ଏହା ପ୍ରକାଶ ହୋଇଥିଲା ଓ ସେମାନଙ୍କୁ ତାଲିକାରୁ ବାଦ କରାଯାଇଛି।
ଏହା ସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେକୌଣସି ଯୋଗ୍ୟ ମହିଳା ରାଜ୍ୟରୁ ବାହାରେ ଥିଲେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ। ଏହା ପାଇଁ ସେମାନେ ସୁଭଦ୍ରା ପୋର୍ଟାଲ କିମ୍ବା ସିଏସ୍ସି କେନ୍ଦ୍ର ମାଧ୍ୟମରେ ଆବେଦନ କରି ପାରିବେ। ମାତ୍ର ଏହି ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ବିଡ଼ମ୍ବନା ସୃଷ୍ଟି ହେଉଛି ଯେ, ଏବେ ମଧ୍ୟ ୨ ଲକ୍ଷରୁ ଅଧିକ ମହିଳା ନିଜର E-KYC ଅପଡେଟ୍ କରିନାହାନ୍ତି।
ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ। ଚଳିତ ମାସର ଶେଷ ସପ୍ତାହରେ ପ୍ରଥମ କିସ୍ତିର ଟଙ୍କା ହସ୍ତାନ୍ତର କରାଯିବ। ସେହିପରି, ଅଜାଣତାରେ ଯୋଜନାରୁ ବାହାରିଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ୧୭ ହଜାର ଅପ୍ଟ ଇନ୍ କରି ଯୋଜନାର ଲାଭ ପାଇବେ ।
ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯଥାଶୀଘ୍ର ସବୁ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯୋଜନା ପହଞ୍ଚାଇବାକୁ ଉଦ୍ୟମ କରିବ। ଅପ୍ଟ ଆଉଟ୍ ହୋଇଥିବା ମହିଳାମାନେ ମଧ୍ୟ ସତର୍କତା ସହ ଆବେଦନ କରି ଇନ୍ କରିପାରିବେ। ଏହି ଯୋଜନାର ସଫଳତା ପ୍ରତି ସରକାର ପ୍ରତିବଦ୍ଧ।