Hot Posts

ସୁଭଦ୍ରା ଯୋଜନା: NPCI ଖସଡ଼ା ନ କଲେ, ଟଙ୍କା ମିଳିବ ନାହିଁ! ଆଜି ହେଉଛି ଶେଷ ତାରିଖ

ଭୁବନେଶ୍ୱର, ୩୦/୧ :  ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ NPCI (ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ) ଖସଡ଼ା ଜରୁରୀ। ଏହି ପ୍ରକ୍ରିୟା ନକରିଲେ, ଟଙ୍କା ଏବଂ ଆଗାମୀ ପର୍ଯ୍ୟାୟର ଦେୟ ଅଟକିପାରେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି NPCI ଖସଡ଼ା ନଥିଲେ, ଟଙ୍କା ଏକାଉଣ୍ଟକୁ ଯିବନାହିଁ। ସେଥିପାଇଁ ବ୍ୟାଙ୍କମାନେ ଦୁଇଦିନ ଧରି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଏବଂ ଆଜି ୩୦ ତାରିଖ ହେଉଛି ଶେଷ ତାରିଖ। ଯେଉଁ ହିତାଧିକାରୀଙ୍କୁ ବ୍ୟାଙ୍କରୁ ଫୋନ୍ ଯାଇଛି, ସେମାନେ ତୁରନ୍ତ ନିଜ ଶାଖାକୁ ପହଞ୍ଚି ଏହି ପ୍ରକ୍ରିୟା ସମାପ୍ତ କରିବା ଉଚିତ। ଏହା ନକରିଲେ, ସେମାନେ ସୁଭଦ୍ରା ଟଙ୍କା ପାଇବେ ନାହିଁ।

ଏପର୍ଯ୍ୟନ୍ତ ମୋଟ ୧ କୋଟି ୭ ଲକ୍ଷ ୨୩ ହଜାର ୨୯୪ ଜଣ ଏହି ଯୋଜନାରେ ଆବେଦନ କରିଛନ୍ତି, ଯେଉଁଥିରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇସାରିଛନ୍ତି। କିନ୍ତୁ ଏଥିପାଇଁ ବଡ଼ ଚିନ୍ତାର ବିଷୟ ହେଉଛି ୩ ଲକ୍ଷ ୩୧ ହଜାର ୧୮୮ ଜଣଙ୍କ NPCI ଫେଲ୍ ହୋଇଥିବା, ଯେଉଁଥିପାଇଁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ। ଏହି ଅବସ୍ଥାରେ, NPCI ଖସଡ଼ା କରିବା ପରେ ହିଁ ଟଙ୍କା ଅସିବ।

ଯେଉଁ ହିତାଧିକାରୀମାନେ ସୁଭଦ୍ରା ଟଙ୍କା ଆସିବା ଉପରେ ଅପେକ୍ଷା କରୁଛନ୍ତି, ସେମାନଙ୍କୁ ତୁରନ୍ତ ନିଜ ବ୍ୟାଙ୍କ ଶାଖାକୁ ଯାଇ NPCI ଖସଡ଼ା କରିବା ଆବଶ୍ୟକ। ଏହି ପ୍ରକ୍ରିୟା ନକଲେ, ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ସେମାନେ ଟଙ୍କା ହସଲ କରିପାରିବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି, ଆସନ୍ତାରେ ଆଉ ଅବସର ମିଳିବ କି ନାହିଁ, ତେଣୁ ଆଜିରେ ଏହା ସମାପ୍ତ କରିଦିଅନ୍ତୁ।