ଭୁବନେଶ୍ୱର, ୨୮/୧ : ଭୁବନେଶ୍ୱର ରାଜଧାନୀର VIP କଲୋନୀ ଅଞ୍ଚଳରେ ଚୋରି ଉଦ୍ୟମ ଘଟିବା ସହିତ ଲୁଟ୍ ଘଟଣା ଲଗାତାର ମନୋଭୟ ସୃଷ୍ଟି କରୁଛି। ସୋମବାର ବିଳମ୍ବିତ ରାତିରେ ନୟାପଲ୍ଲୀ N2 ଅଞ୍ଚଳରେ ଏକାଧିକ ଡୁପ୍ଲେକ୍ସ ଘରକୁ ଲକ୍ଷ୍ୟ କରି ଜଣେ ଚୋର ରାତିରେ ହମଳା କରିଥିଲା। ଶବ୍ଦ ଶୁଣି ସୁରକ୍ଷା କର୍ମୀ, ଘର ମାଲିକାଣୀ ଓ ଲୋକମାନେ ଚେତନା ହେବା ସହିତେ ଚୋରକୁ ଧରିବାକୁ ଉଦ୍ୟମ କରିଥିଲେ।ସ୍ଥାନୀୟ ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲା। ଚୋର ଜଣକ ଏକ ନଡ଼ିଆ ଗଛରେ ଚଢି ରହିଥିଲା। ପୋଲିସ ଓ ସ୍ଥାନୀୟ ଲୋକଙ୍କ ପିଛା କରିବାରେ ଚୋରକୁ ଏକ ବିଲ୍ଡିଂରୁ ଆଉ ଏକ ବିଲ୍ଡିଂ ମାଧ୍ୟମରେ ଖସିବା ବେଳେ ଧରାପଡ଼ିଲା। ପରେ, ପୋଲିସ ଚୋରକୁ କାବୁ କରିଥିଲା ଏବଂ ତାକୁ ଜେରା କରାଯାଉଛି।ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ପୋଲିସ କମିଶନର, ସ୍ପେଶାଲ୍ ସ୍କ୍ୱାଡ୍, ଓ ନୟାପଲ୍ଲୀ ଥାନା ଅଧିକାରୀ ଉପସ୍ଥିତ ହୋଇଥିଲେ। ଏହି ଘଟଣା ଆଗୁରୁ ୨୫ ତାରିଖରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରରେ ଘଟିଥିବା ଚୋରି ଘଟଣାକୁ ନେଇ ଅଞ୍ଚଳବାସୀ ମଧ୍ୟରେ ଆତଙ୍କ ଚରମରେ ପହଞ୍ଚିଛି।ସ୍ଥାନୀୟ ଲୋକମାନେ ଏହି ଲୁଟ୍ ଘଟଣା ବିରୋଧରେ ପୋଲିସର କାର୍ଯ୍ୟକ୍ଷମତା ନେଇ ପ୍ରଶ୍ନ ଉଠାଇଥିବା ସମୟରେ ପୋଲିସ ତଦନ୍ତ ଜାରି ରଖିଛି।