ଓଡ଼ିଶାରେ ଦୁଇଟି ଜିଲ୍ଲାରେ ମିଳିଲା ସୁନା ଖଣି, ଗୋଟିଏ ବ୍ଲକ କୁ ନିଲାମ ପାଇଁ ସରକାର ପ୍ରସ୍ତୁତ
ଓଡ଼ିଶାର ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ସୁନା ଖଣି ମିଳିଛି ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ଦେବଗଡ଼ ଆଡାସ ଅଞ୍ଚଳରେ G-2 ତଦନ୍ତରେ ସୁନା, ନିକେଲ, ରୂପା ଏବଂ ଗ୍ରାଫାଇଟ୍ ମିଳିଥିବାରୁ ଏକ ବ୍ଲକ ନିଲାମ ପାଇଁ କେନ୍ଦ୍ର ସରକାର ଆଗେଇ ଆସିଛି।କେନ୍ଦୁଝର ଗୋପୁର ଅଞ୍ଚଳରେ G-3 ତଦନ୍ତ ଶେଷ ହୋଇଛି ଏବଂ 2024-25 ରେ G-2 ସ୍ତରରେ ଅନ୍ୟ ଏକ ବ୍ଲକର ତଦନ୍ତ ଚାଲିଛି। ଶେଷ ରିପୋର୍ଟ ଆସିବାପରେ ଅନୁଗତ କାର୍ଯ୍ୟ ହେବ। ଖଣି ନିଲାମ ମାଧ୍ୟମରେ ରାଜ୍ୟର ଅର୍ଥନୈତିକ ଉନ୍ନତି ଅପେକ୍ଷା କରାଯାଉଛି।