ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ଯେ ରାଜ୍ୟରେ ଅତିଶୀଘ୍ର ୫୦୦ ନୂଆ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ। ଏଥିସହିତ, ୮୧୨ଟି ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି କାମ ମଧ୍ୟ ହେବ। ଏହି ଯୋଜନା ପାଇଁ ସରକାର ଅର୍ଥ କମିଶନଙ୍କୁ ଅବଗତ କରାଇଛି ଏବଂ ଖୁବ୍ଶୀଘ୍ର କାମ ଆରମ୍ଭ ହେବ।ମନ୍ତ୍ରୀ ପୂଜାରୀ କହିଛନ୍ତି, ବିଗତ ସରକାର ଏହି ଯୋଜନା ଘୋଷଣା କଲେ ମାତ୍ର, କାମ କରିନଥିଲେ। ଏବେ ଆମେ ଏହି ପ୍ରକଳ୍ପ ପୂରଣ କରିବୁ। ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ମନ୍ତ୍ରୀ।